ଖୁସି ଖବର, ଆଜି ବିନା ଟିକେଟରେ ବୁଲି ପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ

ଖୁସି ଖବର, ଆଜି ବିନା ଟିକେଟରେ ବୁଲି ପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ

ଖୁସି ଖବର, ଆଜି ବିନା ଟିକେଟରେ ବୁଲି ପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ

ଭୁବନେଶ୍ୱର : ଆଜି ପର୍ଯ୍ୟଟକମାନେ ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ । ଆର୍କଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି । ୱାଲର୍ଡ ହେରିଟେଜ୍ ୱିକ୍ ବା ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଏଏସ୍ଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଓଡ଼ିଶାରେ ମଧ୍ୟ ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳରେ ଆଜି ଟିକେଟ୍ ଫ୍ରି କରାଯାଇଛି । କୋଣାର୍କ ମନ୍ଦିର ସହ ରାଜାରାଣୀ ପରିଦର୍ଶନ ପାଇଁ ଆଜି ପର୍ଯ୍ୟଟକଙ୍କୁ  ଟିକେଟ୍ କରିବାକୁ ପଡ଼ିବନାହିଁ । ଏ ନେଇ ଏଏସ୍ଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ଘୋଷଣା କରାଯାଇଛି । ଏଥିପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ଓ ଐତିହ୍ୟ ସ୍ଥଳ ମାନଙ୍କରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି ।


ସେହିପରି ତାଜମହଲ ସମେତ ଦେଶରେ ଏଏସ୍ଆଇ ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟରେ ଯାଇପାରିବେ । ତେବେ ତାଜମହଲରେ ଥିବା ମୁଖ୍ୟ କବର ପାଇଁ ପର୍ଯ୍ୟଟକଙ୍କୁ ଟିକେଟ୍ ଲାଗିବ ବୋଲି କୁହାଯାଇଛି ।