ଖସିଲା ଇଞ୍ଜିନ, ଫସିଲା ଟ୍ରେନ
ଖସିଲା ଇଞ୍ଜିନ, ଫସିଲା ଟ୍ରେନ
admin
Oct 30, 2019 - 07:59
Updated: Oct 30, 2019 - 07:59
ରାଇରଙ୍ଗପୁର: ଦିନକୁ ଦିନ ଟ୍ରେନ ଲାଇନଚୁ୍ୟତ ଓ ଦୁର୍ଘଟଣା ହେବା ଘଟଣା ବଢିଚାଲିଛି । ଗତକିଛି ଦିନ ତଳେ ଆଠଗଡ଼ ଅଞ୍ଚଳରେ ମାଲବାହୀ ଇଞ୍ଜିନ କେତେକ ବଗିକୁ ଛାଡ଼ି ପଳାଇଥିବାବେଳେ ଏବେ ପୁଣି ଏକ ମାଲବାହୀ ଇଞ୍ଜିନ ଲାଇନଚୁ୍ୟତ ହୋଇଛି । ମାଲବାହୀ ଇଞ୍ଜିନ ଲାଇନଚୁ୍ୟତ ହେବା ଫଳରେ ଏକ ପାସେଞ୍ଜର ଟ୍ରେନ ମଧ୍ୟ ଅଟକି ରହିଛି । ଗୋରୁମହିଷାଣୀ ଷ୍ଟେସନ ଗୋରିଆ ନଦୀ ପାଖରେ ଏକ ମାଲବାହୀ ଇଞ୍ଜିନ ଲାଇନଚୁ୍ୟତ ହୋଇଯାଇଛି । ଫଳରେ ଅଁଳାଯୋଡ଼ି ପାଖରେ ଟାଟା-ବାଦାମପାହାଡ଼ ପାସେଞ୍ଜର ଅଟକି ରହିଛି ।
ମାଲଗାଡ଼ିଟି ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ଟାଟା ନଗର ଅଞ୍ଚଳ ଖଣିରୁ ଲୁହାପଥର ବୋଝେଇ ହୋଇଥିବା ଓ୍ଵାଗନ୍କୁ ଆଣିବାକୁ ଯାଉଥିବା ବେଳେ ଗୋରୁମହିଷାଣୀ ନିକଟରେ ଦୁଇଟି ଚକା ଧାରଣାରୁ ଖସି ଯାଇଥିଲା। ଏହା ଜାଣିପାରି ଡ୍ରାଇଭର୍ ତୁରନ୍ତ ବ୍ରେକ୍ କଷି ଦେବାରୁ ଇଞ୍ଜିନ୍ ଅଟକି ଯାଇଥିଲା। ଟାଟା ନଗରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଉଦ୍ଧାରକାରୀ ଟିମ୍ ପହଞ୍ଚିବା ପରେ ଧାରଣାଚ୍ୟୁତ ଚକାଗୁଡ଼ିକୁ ଉଠାଯାଇଛି।