କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚୁ୍ୟଟ

କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚୁ୍ୟଟ

କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚୁ୍ୟଟ
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂପ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୬୦ ହଜାର ୯୬୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩୨୯୩ ଜଣ ମୃତୁ୍ୟବରଣ କରିଛନ୍ତି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚୁ୍ୟଟ୍ । ରାଜ୍ୟମାନଙ୍କୁ ଦିଆଯବିକୁ ଥିବା ଟିକା ଦର ୧୦୦ ଟଙ୍କା କମିଛି । ପୂର୍ବ ଘୋଷିତ ଦର ୪୦୦ ଟଙ୍କାରୁ ୩୦୦ ଟଙ୍କାକୁ ହ୍ରାସ କରାଗଲା ବୋଲି ଘୋଷଣା ହୋଇଛି । ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାୱାଲା ସୂଚନା ଦେଇଛନ୍ତି ।