କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ବିଟେକ ଛାତ୍ର ଗିରଫ
କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ବିଟେକ ଛାତ୍ର ଗିରଫ
ଭୁବନେଶ୍ୱର:ପୁଣି ଧରାପଡ଼ିଲା ଧଳା ଜହର । ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରୁ ୧ କିଲୋ ୩୪ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଂଚ ଏସଟିଏଫ ଟିମ୍ । ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ମାମଲାରେ ଜଣେ ବିଟେକ ଛାତ୍ରକୁ ଗିରଫ କରାଯାଇଛି । ଗିରଫ ଛାତ୍ର ନାମ ମନୋରଞ୍ଜନ ଦାସ ଓ ତାଙ୍କ ଘର ଖୋର୍ଦ୍ଧା ଗୁରୁଜଙ୍ଗ ଅଂଚଳରେ ବୋଲି ଜଣାପଡ଼ିଛି । ବ୍ରାଉନସୁଗର ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଏସଟିଏଫ ଚଢ଼ାଉ କରି ଏହି ବ୍ରାଉନସୁଗର ଜବତ କରିଥିଲା । ରାଜ୍ୟରେ ନିଶା କାରବାର ହୁ ହୁ ହୋଇ ମାଡ଼ି ଚାଲିଛି । କେତେବେଳେ ଗଞ୍ଜେଇ ଜବତ ହେଉଛି ତ କେବେ ବ୍ରାଉନସୁଗର । ର୍ୟାକେଟ ବହୁ ଦୂରକୁ ଲମ୍ବିଛି । ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ସମେତ ବିଭିନ୍ନ ଜିଲ୍ଲାରେ ବ୍ରାଉନସୁଗର ର୍ୟାକେଟ କାମ କରୁଛି । ଓଡ଼ିଶା ସମୁଦ୍ର ତଟବର୍ତ୍ତୀ ରାଜ୍ୟ ହୋଇଥିବାରୁ ଜଳପଥରେ ବିଦେଶରୁ ବ୍ରାଉନସୁଗର ଆସିବା ସମ୍ଭାବନା ବଢ଼ିଛି । ଆଗାମୀଦିନରେ ଏନସିବି ଓଡ଼ିଶାରେ ଜୋରଦାର ଅପରେସନ ଆରମ୍ଭ ବୋଲି ସୂଚନା ମିଳିଛି । ଏପରିକି ଓଡ଼ିଶାରେ ଥିବା ଏନସିଟି ଟିମର କଳେବର ବୃଦ୍ଧି ପାଇଁ ମଧ୍ୟ ଯୋଜନା ରହିଛି ।




admin 