କେଶ ପାଇଁ ପେଜ

କେଶ ପାଇଁ ପେଜ

କେଶ ପାଇଁ ପେଜ

ଭୁବନେଶ୍ୱର: ଚାଉଳ ପାଣି ବା ପେଜ ଆପଣଙ୍କ ତ୍ୱଚାକୁ ଟାଇଟ୍ କରି କେଶକୁ ସୁସ୍ଥ ରଖିଥାଏ । କେବଳ ଏତିକି ନୁହେଁ, ପେଜ ଆପଣଙ୍କ ଶରୀରରେ ବ୍ଲଡ୍‌ ସର୍କୁଲେସନକୁ ବୃଦ୍ଧି କରିଥାଏ । ତା’ହେଲେ ଆସନ୍ତୁ ଜାଣିବା ପେଜକୁ କିପରି କେଶରେ ବ୍ୟବହାର କରାଯାଇଥାଏ ।

- ଗୋଟିଏ ଗ୍ଲାସ୍‌ ପେଜରେ କିଛି ବୁନ୍ଦା ଗୋଲାପ ଜଳ, ଲାଭେଣ୍ଡର ଓ ଏସେନସିଆଲ୍‌ ଅଏଲ୍‌ ମିଶାନ୍ତୁ।
- ଏହାପରେ କେଶରେ ଶାମ୍ପୂ ଲଗାଇ ପେଜ ପାଣିରେ ଧୁଅନ୍ତୁ। କେଶରେ ଏହି ପାଣିକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।
- କେଶରେ ପେଜ ପାଣି ଲଗାଇ ଭଲ ଭାବରେ ମାଲିସ କରନ୍ତୁ।
- ଏହାପରେ କେଶକୁ ଧୋଇ ଦିଅନ୍ତୁ। ଏହିପରି ସପ୍ତାହକୁ ଥରେ କେଶରେ ପେଜ ପାଣି ଲଗାନ୍ତୁ। ଦେଖିବେ କେଶ ଝଡ଼ିବା କମ୍ ହୋଇଯିବ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ପେଜ ବା ଚାଉଳ ପାଣିରେ ଇନୋସିଟୋଲ ଓ କାର୍ବୋହାଇଡ୍ରେଟ୍‌ ରହିଛି। ତେଣୁ ଏହାକୁ କେଶରେ ଲଗାଇ ସାରିବା ପରେ ମଧ୍ୟ ଇନୋସିଟୋଲ ଆପଣଙ୍କ କେଶରେ ରହିଥାଏ ଏବଂ କେଶକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। ଏହା ବ୍ୟତୀତ ପେଜରେ ଆମିନୋ ଏସିଡ୍‌ ରହିଛି, ଯାହା କେଶ ମୂଳକୁ ମଜବୁତ କରି ଘନକଳା କରିଥାଏ। ଯାହା ଯୋଗୁଁ ଆପଣଙ୍କ କେଶ ସାଇନ୍‌ କରିଥାଏ। ଏଥିପାଇଁ ଚାଉଳ ପାଣି ବା ପେଜ ଖୁବ୍ ଲାଭକାରୀ ଓ ସୁରକ୍ଷିତ। ପେଜର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ନାହିଁ।