କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ କାହିଁକି ଖପ୍ପା ହେଲେ ଜାଣନ୍ତୁ

କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ କାହିଁକି ଖପ୍ପା ହେଲେ ଜାଣନ୍ତୁ

କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ କାହିଁକି ଖପ୍ପା ହେଲେ ଜାଣନ୍ତୁ
ନୂଆଦିଲ୍ଲୀ: କୃଷି ଆଇନ ନେଇ କେନ୍ଦ୍ର ଉପରେ ସୁପ୍ରମିକୋର୍ଟ ଖପ୍ପା ହୋଇଛନ୍ତି । କୃଷି ଆଇନକୁ ନେଇ ସାରା ଭାରତରେ ଚାଷୀ ଆନେ୍ଦାଳନ ଚାଲିଥିବାବେଳେ ସୁପ୍ରିମକୋର୍ଟ ଏହି ଆଇନକୁ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ କୃଷି ଆଇନ ଓ ଚାଷୀ ଆନେ୍ଦାଳନ ନେଇ ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଚାଷୀ ଆନେ୍ଦାଳନକୁ ନେଇ କେନ୍ଦ୍ର ଆପୋଷ ବୁଝାମଣାକୁ ଗୁରୁତ୍ୱ ଦେଉଥିବାବେଳେ ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା କିଛି ଚାଲିଛି ଆମେ ଆଦୌ ଖୁସି ନୁହଁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । କ’ଣ ପାଇଁ ବୟସ୍କ ଲୋକ ଥଣ୍ଡା କାକରେ ପଡ଼ି ଆନେ୍ଦାଳନ କରୁଛନ୍ତି । କାହିଁକି କେହି ଜଣେ ଆଇନ ସପକ୍ଷରେ ଏଯାଏ କିଛି ରିଟ କାରିନାହାନ୍ତି ବୋଲି ମୁଖ୍ୟ ବିଚାରପତି ପ୍ରଶ୍ନ କରିଛନ୍ତି । କୌଣସି ରକ୍ତ ପାତ ଓ ମୃତୁ୍ୟକୁ ଆମେ ଗ୍ରହଣ କରିପାରିବୁ ନାହିଁ ମୁଖ୍ୟ ବିଚାରପତି କହିଛନ୍ତି । ଏଥିସହ କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏକ୍ସପର୍ଟ କମିଟିର ନିଷ୍ପତ୍ତି ପର୍ୟ୍ୟନ୍ତ ଆଇନ କାର୍ୟ୍ୟକାରୀ ସ୍ଥଗିତ ରହୁ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।