କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନାଟକ କରୁଛନ୍ତି ବିଜେପି ସାଂସଦ: ବିଜେଡି

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନାଟକ କରୁଛନ୍ତି ବିଜେପି ସାଂସଦ: ବିଜେଡି

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ନାଟକ କରୁଛନ୍ତି ବିଜେପି ସାଂସଦ: ବିଜେଡି
ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କିଣୁନାହାନ୍ତି । ଏହି ପ୍ରସଙ୍ଗରେ ସରକାର କେବଳ ଭୁଅାଁ ବୁଲାଉଛନ୍ତି । କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ବିଜେପି ସାଂସଦମାନେ ଫେରାଦ ଜଣାଇବା ପ୍ରସଙ୍ଗକୁ ନେଇ ବିଜେଡି ସମାଲୋଚନା କରିଛି । ପ୍ରତିକି୍ରୟା ରଖି ବିଜେଡି ସମାଲୋଚନା କରିଛି । ପ୍ରତିକି୍ରୟା ରଖି ବିଜେଡି ସାଂସଦ ଡ.ସସ୍ମିତପାତ୍ର କହିଛନ୍ତି, ଧାନ କିଣା ବାବଦରେ ଓଡ଼ିଶା ସରକାରଙ୍କ ବକେୟା ଅର୍ଥ କେନ୍ଦ୍ର ସରକାର ଦେଇନଥିବା ନେଇ ବିଜେଡିର ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଭେଟି ଆପତ୍ତି ଜଣାଇବା ପରେ ରାଜ୍ୟବାସୀଙ୍କ ଆଗରେ ମୁହଁ ଲାଜ ଘୋଡାଇବାକୁ ବିଜେପିର ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସରକାରଙ୍କ ବିରୋଧରେ ଆପତ୍ତି ଜଣାଇଛନ୍ତି । ଡ.ପାତ୍ର କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ପାଖରେ ଗଚ୍ଛିତ ଥିବା ଚାଉଳ କେନ୍ଦ୍ର ସରକାର ସାଂସଦମାନେ ଜଣାଇଥିଲେ । ଏ ବାବଦରେ ଓଡ଼ିଶାକୁ ମିଳିବାକୁ ଥିବା ସବସିଡି ଅର୍ଥ ତୁରନ୍ତ ପଇଠ କରିବାକୁ ମଧ୍ୟ ଜୋରଦାର ଦାବି କରାଯାଇଥିଲା । ଯଦି ବିଜେପିର ସାଂସଦମାନେ ଆନ୍ତରିକତାର ସହ ଚାଷୀଙ୍କ ହିତ ଚାହୁଁଛନ୍ତି ତେବେ ରାଜ୍ୟ ସରକାରଙ୍କ ପାଖରେ ପଡିରହିଥିବା ଚାଉଳ କିପରି କେନ୍ଦ୍ର ସରକାର ଉଠାଇବେ ସେଥିପାଇଁ ଦାବି କରୁନାହାନ୍ତି କାହିଁକି? ବିଜେପି ସାଂସଦମାନଙ୍କ ବିବୃତି ପ୍ରମାଣିତ କରୁଛି ଯେ ଚାଷୀଙ୍କ ମୂୂଳ ସମସ୍ୟାଠାରୁଧ୍ୟାନ ହଟାଇବା ପାଇଁ ସେମାନେ ଉଦ୍ୟମ କରୁଛନ୍ତି । ଏହା ଚାଷୀ ବିରୋଧୀ । ଚାଷୀମାନଙ୍କ ମୂଳ ସମସ୍ୟାକୁ ନେଇ ବିଜେପି ସାଂସଦମାନେ ଯେପରି ରାଜନୀତିକରଣ କରୁଛନ୍ତି ସେଥିରେ ରାଜ୍ୟର ଚାଷୀ କୂଳକୁ ବିସ୍ମିତ କରିଛି । ଏ ନେଇ ଆଗାମୀ ଦିନରେ ଓଡ଼ିଶା ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ବିଜେଡି ସାଂସଦ ଦାବି କରିଛନ୍ତି ।