କୁମ୍ଭମେଳା ଫେରନ୍ତା ଜଣେ ଶ୍ରୀମନ୍ଦିର ସେବାୟତ ପଜିଟିଭ ଚିହ୍ନଟ

କୁମ୍ଭମେଳା ଫେରନ୍ତା ଜଣେ ଶ୍ରୀମନ୍ଦିର ସେବାୟତ ପଜିଟିଭ ଚିହ୍ନଟ

କୁମ୍ଭମେଳା ଫେରନ୍ତା ଜଣେ ଶ୍ରୀମନ୍ଦିର ସେବାୟତ ପଜିଟିଭ ଚିହ୍ନଟ
ପୁରୀ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା କୁମ୍ଭମେଳା ଫେରନ୍ତା ଜଣେ ଶ୍ରୀମନ୍ଦିର ସେବାୟତ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ମୋଟ ୩୨ ଫେରନ୍ତାଙ୍କ ମଧ୍ୟରୁ ଜଣେ ସେବାୟତ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ସେବାୟତ ସଂଗରୋଧରେ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ସୂଚନା ଦେଇଛନ୍ତି ।