କିପରି ସଂଚୟ କରିବେ ଟଙ୍କା
କିପରି ସଂଚୟ କରିବେ ଟଙ୍କା
ଭୁବନେଶ୍ୱର: ମାସ ଶେଷ ହେଲାବେଳକୁ ହାତରେ ରହୁନାହିଁ ଟଙ୍କା । ଏଭଳି ହେବା ଦ୍ୱାରା ଚିନ୍ତାରେ ପଡ଼ିଯାଆନ୍ତି ଲୋକେ । ତେବେ ସଞ୍ଚୟ କରିବାେ ଏକ କଳା । ଏହି ଗୁଣ ପ୍ରାୟ ସମସ୍ତଙ୍କ ପାଖରେ ନ ଥାଏ। ଅଧିକାଂଶ ଲୋକ ଏହା କହିଥାନ୍ତି ଯେ, ଟଙ୍କା ସେମାନଙ୍କ ହାତକୁ ଆସିଲେ ମଧ୍ୟ ସେ ତାକୁ ରଖିପାରୁ ନାହାନ୍ତି। ଯଦି ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଭବିଷ୍ୟତକୁ କୌଣସି ଯୋଜନା କରିବାକୁ ମଧ୍ୟ ଆପଣ ସକ୍ଷମ ହୋଇପାରିବେ ନାହିଁ । କିମ୍ବା ଭବିଷ୍ୟତରେ ସଞ୍ଚୟ କରିବାକୁ ଅସମର୍ଥ ହେବେ।
ଯଦି ଆପଣଙ୍କ ସମସ୍ତ ଟଙ୍କା ମାସ ଶେଷକୁ ଖର୍ଚ୍ଚ ହୋଇଯାଉଛି , ତେବେ ଏପରି କିଛି ଉପାୟ ଅଛି ଯାହାକୁ ଗ୍ରହଣ କରି ଟଙ୍କା ସଞ୍ଚୟ କରିପାରିବେ। ଜାଣନ୍ତୁ ସେ ସମ୍ପର୍କରେ
ଖର୍ଚ୍ଚର ତାଲିକା ପ୍ରସ୍ତୁତ
ଛୋଟରୁ ଅତି ଛୋଟ ଖର୍ଚ୍ଚର ମଧ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। ଏହା ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବ। ଏପରି କରିବା ଦ୍ୱାରା ଟଙ୍କା ବଞ୍ଚିଥାଏ।
କ୍ରେଡିଟ କାର୍ଡ ଖର୍ଚ୍ଚ ନିୟନ୍ତ୍ରଣ
କିଛିଲୋକ ଯେକୌଣସି ଖର୍ଚ୍ଚ ପାଇଁ କେବଳ କ୍ରେଡିଟ କାର୍ଡ ଉପରେ ନିର୍ଭର କରନ୍ତି, ଯାହା ଏକ ଖରାପ ଅଭ୍ୟାସ। କ୍ରେଡିଟ କାର୍ଡରେ ସେତିକି ପରିମାଣର ଖର୍ଚ୍ଚ କରନ୍ତୁ ଯେପରି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଅଛି।
କରଜ ରଖନ୍ତୁ ନାହିଁ
କୌଣସି ପ୍ରକାର ଋଣ ନିଅନ୍ତୁ ନାହିଁ ଯଦି ଋଣ ନେଇଛନ୍ତି ତେବେ ଯଥା ଶୀଘ୍ର ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ। ଯଦି କେଉଁଠାରୁ ବି ଅଧିକ ଟଙ୍କା ଆସୁଛି ସେହି ସମୟରେ ଅନ୍ୟ କିଛି ଭାବିବା ପୂର୍ବରୁ କରଜରେ ଆଣିଥିବା ଟଙ୍କା ଶୁଝନ୍ତୁ।
ଜରୁରୀକାଳୀନ ପାଣ୍ଠି ତିଆରି କରନ୍ତୁ
ସଞ୍ଚୟ ସହିତ ଆର୍ଥିକ ନିରାପତ୍ତାର ଯତ୍ନ ନେବା ଜରୁରୀ ଅଟେ। ଆପଣ ପ୍ରଥମେ ନିଜ ପାଇଁ ଏକ ଜରୁରୀକାଳୀନ ପାଣ୍ଠି କରନ୍ତୁ। ଯେ କୌଣସି ଖରାପ ପରିସ୍ଥିତିରେ, ଏହି ପାଣ୍ଠି ଆପଣଙ୍କ ପାଇଁ ଉପଯୋଗୀ ହେବ। ଜରୁରୀକାଳୀନ ପାଣ୍ଠି ଥିବାରୁ ଋଣର ଆବଶ୍ୟକ ହୋଇ ନ ଥାଏ।




admin 