କାବୁଲ ବିସ୍ଫୋରଣ, ଏଣେ ତେଣେ ଉଡ଼ି ପଡ଼ିଥିଲା ମାଂସ ଖଣ୍ଡ
କାବୁଲ ବିସ୍ଫୋରଣ, ଏଣେ ତେଣେ ଉଡ଼ି ପଡ଼ିଥିଲା ମାଂସ ଖଣ୍ଡ
କାବୁଲ୍: କାବୁଲ ବିମାନ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ବଡ଼ ଭୟଙ୍କର ଥିଲା। ବିସ୍ଫୋରଣର ଦୁଇଦିନ ପରେ ଆସିଥିବା ଚିତ୍ର ଏହା ବୟାନ କରିଛି। ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣେ ଆମେରିକୀୟ ନାଗରିକ ସେହି ସମୟରେ ଭୟଙ୍କର ଦୃଶ୍ୟକୁ ବର୍ଣ୍ଣନା କରିଛନ୍ତି। ପବନରେ ପ୍ଲାଷ୍ଟିକ ଥାଳି ଯେମିତି ଉଡ଼ିଯାଏ ମୃତକଙ୍କ ମାଂସ ଖଣ୍ଡ ସେମିତି ଶୂନ୍ୟରେ ଛିଟିକି ପଡ଼ିଥିଲା। ସେ ସ୍ୱତନ୍ତ୍ର ଆମେରିକୀୟ ଭିସାରେ ଆଫଗାନିସ୍ତାନ ଆସିଥିଲେ ଓ ଇଣ୍ଟରନାସନାଲ ଡେଭଲପମେଣ୍ଟ ସହ ଜଡ଼ିତ ଥିଲେ। ନାମ ଗୋପନ ରଖି ସେ କହିଛନ୍ତି ମୋ ପାଇଁ ଗୁରୁବାର ଅନ୍ୟ ଦିନ ଅପେକ୍ଷା ଶୀଘ୍ର ଆରମ୍ଭ ହୋଇଥିଲା। ହଜାର ହଜାର ଲୋକଙ୍କ ଭଳି ମୁଁ ମଧ୍ୟ ଆଶା କରୁଥିଲି ଯେ ବିମାନ ବନ୍ଦରର ଗେଟ୍ ଭିତରକୁ ପଶିଯିବି। ଉଦ୍ଧାର ଅଭିଯାନର ଶେଷ ଦିନଗୁଡ଼ିକରେ ହୁଏତ ମୋତେ କୌଣସି ବିମାନରେ ସ୍ଥାନ ମିଳିଯିବ। ବିମାନ ବନ୍ଦରର ଆବେ ଗେଟ ପାଖରେ ଅପେକ୍ଷା କରିବାର ୧୦ ଘଣ୍ଟା ବିତିସାରିଥିଲା। ସନ୍ଧ୍ୟା ପ୍ରାୟ ୫ ଟା ହେବ ଅଚାନକ ମୋତେ ପାଦ ତଳୁ ମାଟି ଖସିଯିବା, କାନର ପରଦା ଫାଟିଯିବା ଭଳି ଲାଗିଲା। କିଛି ସମୟ ପାଇଁ ମୁଁ ଶୁଣି ପାରିଲି ନାହିଁ। ପରେ ପବନ ପ୍ଲାଷ୍ଟିକ ଥାଳି ଗୁଡ଼ିକୁଉଡାଇ ନେବା ଭଳି ଲୋକମାନଙ୍କ ଶରୀରରୁ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏଣେତେଣେ ପଡ଼ିବାର ଦେଖିଲି।




admin 