କଳିଙ୍ଗା ଘାଟିରେ ଓଲଟିପଡ଼ିଲା ‘ରାଣୀତ’
କଳିଙ୍ଗା ଘାଟିରେ ଓଲଟିପଡ଼ିଲା ‘ରାଣୀତ’
ବାଲିଗୁଡା: କଳିଙ୍ଗା ଘାଟିର ଅନ୍ଧରକୋଟ ବୁଲାଣି ରାସ୍ତାରେ ଓଲଟି ପଡ଼ିଛି ପିକ୍ନିକ୍ ବସ୍। ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀଙ୍କୁ ନେଇ ‘ରାଣୀତ’ ନାମକ ଏହି ଟୁରିଷ୍ଟ ବସ୍ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଦାରିଂବାଡିରେ ପିକନିକ୍ ସାରି ଘରକୁ ଫେରୁଥିବାବେଳେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣା ଗତ ରାତିରେ କନ୍ଧମାଳ ଜିଲ୍ଲା ଗଂଜାମ ଜିଲା ସୀମାନ୍ତ କଳିଙ୍ଗା ଘାଟିରେ ଘଟିଛି। ଘଟଣା ଘଟିବା ପରେ, ସଙ୍ଗେସଙ୍ଗେ ଜି. ଉପୟଗିରି, ଭଞ୍ଜନଗର ପୁଲିସ୍ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତରେ ଆହତଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା । ଆହତଙ୍କ ମଧ୍ୟରେ ବହୁ ଶିଶୁ ଥିବା ବି ଜଣାଯାଇଛି । ତେଣୁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହୋଇଥିଲା ।
ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଥିବା ଜଣାଯାଇଛି । ଆହତ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି । ସମସ୍ତ ଆହତଙ୍କୁ ଜି.ଉଦୟଗିରି, ଫୁଲବାଣୀ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଗତବର୍ଷ କରୋନା ସମୟରେ ସୁରଟରୁ ଶ୍ରମିକଙ୍କୁ ନେଇ ଆସୁଥିବା ‘ଶ୍ରୀ ପଟେଲ’ ନାମକ ଏକ ବସ୍ ମଧ୍ୟ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ଏହି ରାସ୍ତାକୁ ଚଉଡା କରାଯାଇଥିଲା । ମାତ୍ର ଦୁର୍ଘଟଣା କମିବା ନାଁ ଧରୁନି ।
ଏହି ଘାଟି ରାସ୍ତା ସମ୍ପର୍କରେ ବାହାର ରାଜ୍ୟ ଡ୍ରାଇଭରଙ୍କର କୌଣସି ଧାରଣା ନ ଥିବାରୁ ସେମାନଙ୍କ ଗାଡି ଦୁର୍ଘଟଣାର ସମ୍ମୁଖୀନ ହେଉଛି ବୋଲି କୁହାଯାଇଛି ।
ତେଣୁ ବାହାର ରାଜ୍ୟ ଗାଡିକୁ ଘାଟି ପାର କରାଇବା ପାଇଁ ଏଠାରେ ପାଟ୍ରୋଲିଂ କଡାକଡି କରିବାକୁ ଲୋକେ ଦରବି କରୁଛନ୍ତି ।




admin 