କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ
କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭବାନୀପାଟଣା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ କଲେଜ ଅଧ୍ୟକ୍ଷଙ୍କ ଘଷର ଭିଜିଲାନ୍ ରେଡ୍ କରାଯାଇଛି। ସୋମବାର ସକାଳେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଏହି ଚଢ଼ାଉ କରାଯାଇଛି।
ରମେଶଙ୍କ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଥାନା ଅଧିନ ବିଶ୍ୱନାଥପୁରରେ ଥିବା ବାସଭବନ, ଭୁବନେଶ୍ୱରର ଡୁମଡୁମା ହାଉସିଂ ବୋର୍ଡ କଲୋନିର ଆର୍ୟ୍ୟପଲ୍ଲୀରେ ଥିବା ଘର, ପୋଖରୀବନ୍ଧରେ ଥିବା କ୍ରସର, ଖୋର୍ଦ୍ଧାରେ ଥିବା କ୍ରସର ଓ କଲେଜର ଅଫିସ ଚାମ୍ବରରେ ଚଢ଼ଉ ଜାରି ରହିଛି।
ଏହି ଚଢ଼ାଉରେ ଭିଜିଲାନ୍ସର ୬ ଜଣ ଡିଏସ୍ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।
ରମେଶ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଓ୍ୱାରେଣ୍ଟ ବଳରେ ଚଢ଼ଉ ଜାରି ରହିଛି। ଚଢ଼ଉ ବେଳେ ତାଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ଜଣାପଡ଼ିଛି।




admin 