କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କରୋନା ପଜିଟିଭ୍

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କରୋନା ପଜିଟିଭ୍

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା କରୋନା ପଜିଟିଭ୍
ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପା କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ରବିବାର ରାତ୍ରିରେ ଏକ ଟ୍ୱିଟ୍ କରି ୟେଦ୍ୟୁରପ୍ପା ଏହି ସୂଚନା ଦେଇଛନ୍ତି । ଏହା ସହିତ ୟେଦ୍ୟୁରପ୍ୱାଙ୍କ ଝିଅ ପଦ୍ମାବତୀ ମଧ୍ୟ କରୋନା ଦ୍ୱାରା କବଳିତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ସ୍ଥିର ରହିଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉଭୟ ଅକ୍ରାନ୍ତଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବା ପାଇଁ ୟେଦ୍ୟୁରପ୍ପା ଟ୍ୱିଟ୍ କରି ନିବେଦନ କରିଛନ୍ତି ।