କର୍କଟ ରୋଗରୁ ମୁକ୍ତି ପାଇଁ ଆପଣାନ୍ତୁ ମହୌଷଧି ହଳଦୀ

କର୍କଟ ରୋଗରୁ ମୁକ୍ତି ପାଇଁ ଆପଣାନ୍ତୁ ମହୌଷଧି ହଳଦୀ

କର୍କଟ ରୋଗରୁ ମୁକ୍ତି ପାଇଁ ଆପଣାନ୍ତୁ ମହୌଷଧି ହଳଦୀ
ଭାରତୀୟ ବ୍ୟଞ୍ଜନରେ ହଳଦୀ ଏକ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଇଥାଏ । ଏବେ କେବଳ ଭାରତ ନୁହେଁ, ବରଂ ବିଦେଶୀ ରାଇଜରେ ମଧ୍ୟ ହଳଦୀର ଆଦର ବଢ଼ିବାରେ ଲାଗିଛି । ନିକଟ ୱାଶିଂଟନର ଗବେଷକ ଦଳ ଅନୁଧ୍ୟାନ କରି ପ୍ରକାଶ କରିଛନ୍ତି ଯେ ପ୍ରତ୍ୟହ ଅଧ ଚାମଚ ଶୁଦ୍ଧ ହଳଦୀ ୧ ଗିଲାସ ନଖ ଉଷୁମ ଖିରରେ ମିଶାଇ ପିଇଲେ କର୍କଟ ଭଳି ରୋଗରୁ ବର୍ତ୍ତି ହେବ । ଏଥିରେ କକୁ୍ୟମିନ୍ ତତ୍ତ୍ୱ ହିଁ କର୍କଟରୋଧୀ ଭାବେ ଶରୀରରେ କାମ କରିଥାଏ । ଫିଲାଡେଲଫିଆର ଗବେଷକଦଳ ମଧ୍ୟ ସମାନ ତଥ୍ୟ ପ୍ରକାଶ କରିଛନ୍ତି । ହଳଦୀ ତ୍ୱଚାରେ ଲଗାଇଲେ ମଧ୍ୟ ସଂକ୍ରମଣ ରୋଗରୁ ରକ୍ଷା ମିଳିବା ସହ ତ୍ୱଚା କର୍କଟ ହେବାର ଆଶଙ୍କା କମ୍ ହୋଇଥାଏ ବୋଲି ଗବେଷକଙ୍କ ମତ । ପ୍ରାଚୀନ କାଳରୁ ଭାରତରେ ହଳଦୀର ବ୍ୟବହାର ହୋଇଆସୁଛି । କ୍ଷତରେ ହଳଦୀ ଲେପ ଲଗାଇଲେ ତାହା ଔଷଧ ପରି କାମ କରିଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ହଳଦୀର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଏଣୁ ନିୟମିତ ଭାବେ ଏହା ବ୍ୟଞ୍ଜନରେ ବ୍ୟବହାର ହେବା ଉଚିତ ।