କରୋନା ସଙ୍କଟ : ଏହି ସହରରେ ଦିନରାତି ଶବ ସଂସ୍କାର ଚାଲିଛି

କରୋନା ସଙ୍କଟ : ଏହି ସହରରେ ଦିନରାତି ଶବ ସଂସ୍କାର ଚାଲିଛି

କରୋନା ସଙ୍କଟ : ଏହି ସହରରେ ଦିନରାତି ଶବ ସଂସ୍କାର ଚାଲିଛି
ନୂଆଦିଲ୍ଲୀ:ଗୁଜରାଟରେ କରୋନା ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ସୁରଟ ଭଳି ସହରରେ କରୋନା ଯୋଗୁ ଏତେ ଲୋକ ପ୍ରାଣ ହରାଉଛନ୍ତି ଯେ ସେମାନଙ୍କର ଅନ୍ତିତ ସଂସ୍କାର କରିବାକୁ କାଠ ମିଳୁନାହିଁ । ତେଣୁ ଶବ ପୋଡିବାକୁ ଚିନିକଳରୁ ଆଖୁର ଛେଦା ମଗାଯାଉଛି ଏବଂ ତାକୁ ବ୍ୟବହାର କରି ଅନ୍ତିମ ସଂସ୍କାର କରାଯାଉଛି । ସହରରେ ଥିବା ସବୁ ଶ୍ମଶାନରେ ଦିନରାତି ଶବ ସଂସ୍କାର ଚାଲିଛି । ହେଲେ ତଥାପି ଅନ୍ତିମ ସଂସ୍କାର କରିବା ପାଇଁ ଆସୁଥିବା ଲୋକଙ୍କୁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ଏହି କାରଣରୁ ସହରରେ ପୂର୍ବରୁ ବନ୍ଦ ଥିବା କିଛି ଶ୍ମଶାନକୁ ପୁଣି ଥରେ କାର୍ଯ୍ୟକ୍ଷମ କରିଦିଆଯାଇଛି । ଏହାସତ୍ୱେ ବି ଅନ୍ତିମ ସଂସ୍କାର ପାଇଁ ଶବର ଲାଇନ୍ ଲାଗୁ ଥିବାରୁ କେତେକ ସହରରେ ଥିବା ଶ୍ମଶାନକୁ ପଠାଯାଉଛି ।