କରୋନା ଯୁଦ୍ଧ : ବଡ ହୋଟେଲରେ କରୋନା ରୋଗୀ ରହିବେ
କରୋନା ଯୁଦ୍ଧ : ବଡ ହୋଟେଲରେ କରୋନା ରୋଗୀ ରହିବେ
admin
May 16, 2021 - 05:33
Updated: May 16, 2021 - 05:33
ଭୁବନେଶ୍ୱର : ବଡ ହୋଟେଲରେ କରୋନା ରୋଗୀ ରହିବେ । ହସପିଟାଲ ଭଳି ସେଠାରେ ବି ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପ୍ରସ୍ତୁତି ଆରମ୍ଭ କରିଛି । ବିଏମସି କମିଶନର ସଂଜୟ ସିଂହ ଏନେଇ ହୋଟେଲ ମାଲିକମାନଙ୍କ ସହ ଆଲୋଚନା କରିଥିବାବେଳେ ଖୁବଶୀଘ୍ର ଠୋସ ନିଷ୍ପତି ନିଆଯିବ ବୋଲି ଜାଣିବାକୁ ମିଳିଛି ।
ଦିଲ୍ଲୀ ଓ ମୁମ୍ବାଇରେ ଯେଉଁଭଳି ଭାବେ କରୋନା ରୋଗୀଙ୍କୁ ହୋଟେଲରେ ଚିକିତ୍ସିତ କରାଯାଉଛି ଠିକ ସେଭଳି ଭାବେ ରାଜଧାନୀରେ ବ୍ୟବସ୍ଥା କରିବା ପାଇଁ ବିଏମସି ଯୋଜନା କରିଛି । ବିଏମସି କମିଶନର ଶ୍ରୀ ସିଂହ ପ୍ରାୟ ୧୫ଟି ହୋଟେଲ ସହ ଏନେଇ ଆଲୋଚନା କରିଛନ୍ତି । କମ ଲକ୍ଷଣ ଥିବା ରୋଗୀଙ୍କୁ ହୋଟେଲରେ ରଖାଯିବ । ଏଥିପାଇଁ ହସପିଟାଲ ଓ ହୋଟେଲ ମଧ୍ୟରେ ଚୁକ୍ତି କରାଯିବ । ହୋଟେଲରେ ଡାକ୍ତରୀ ଟିମ ଓ ଅକ୍ସିଜେନ ସିଲିଣ୍ଡର ବି ରହିବ । ଗୁରୁତର ହେଲେ ସେମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରାଯିବ ।
ଅପରପକ୍ଷରେ ହୋଟେଲ ମାଲିକମାନେ ଏହି ପ୍ରସ୍ତାବରେ ରାଜି ଥିବା ଜାଣିବାକୁ ମିଳିଛି । ଗୋଟିଏ ପଟେ କରୋନା ପାଇଁ ହୋଟେଲ ବେପାର ମାନ୍ଦା ପଡ଼ି ଯାଇଥିବାରୁ ଏଭଳି ବ୍ୟବସ୍ଥା ଦ୍ୱାରା ସେମାନେ ବି ଆୟ କରିପାରିବେ ।