କରୋନା ପାଇଁ ଗାୟତ୍ରୀ ଫାର୍ମାସୀ କଲେଜକୁ ୨ ଦିନ ପାଇଁ ବନ୍ଦ

କରୋନା ପାଇଁ ଗାୟତ୍ରୀ ଫାର୍ମାସୀ କଲେଜକୁ ୨ ଦିନ ପାଇଁ ବନ୍ଦ

କରୋନା ପାଇଁ ଗାୟତ୍ରୀ ଫାର୍ମାସୀ କଲେଜକୁ ୨ ଦିନ ପାଇଁ ବନ୍ଦ
ସମ୍ବଲପୁର: ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲେ କରୋନା ପାଇଁ ଗାୟତ୍ରୀ ଫାର୍ମାସୀ କଲେଜକୁ ୨ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କଲେଜରୁ ୨ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟପ୍ତ କଲେଜ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଆଣ୍ଟିଜେନ ଟେଷ୍ଟରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରାଯାଇଛି ।