କରୋନା ପାଇଁ ଆତ୍ମହତ୍ୟା କଲେ ଯୁବକ

କରୋନା ପାଇଁ ଆତ୍ମହତ୍ୟା କଲେ ଯୁବକ

କରୋନା ପାଇଁ ଆତ୍ମହତ୍ୟା କଲେ ଯୁବକ
ଭୁବନେଶ୍ୱର : କରୋନାରେ ଜୀବିକା ବୁଡେ଼ଇ ଦେଲା । ବ୍ୟବସାୟରେ ଘାଟା ହେଲା । ତେଣୁ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି । ମୃତକ ଜଣକ ହେଲେ ବାଲିଅନ୍ତା ଥାନା ବଇଁଚୁଆ ବିଲସାହି ଗ୍ରାମର ଶତ୍ରୁଘ୍ନ ସାହୁ । ନଦୀପଠା ଆମ୍ବତୋଟାରେ ରଶି ଦେଇ ସେ ଆତ୍ମହତ୍ୟା କରିଛନ୍ତି । ଆର୍ଥିକ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କ ସାନଭାଇ ସୁନାକର ସାହୁ ଏତଲାରେ ଦର୍ଶାଇଛନ୍ତି । ୪ ବର୍ଷ ତଳେ ଶତ୍ରୁଘ୍ନ ବିବାହ କରିଥିଲେ । କଂସାବାସନ ଓ ଜରି ବ୍ୟାଗ ବେପାର କରି ସେ ନିଜର ଗୁଜୁରାଣ ମେଂଟାଉଥିଲେ । କିନ୍ତୁ କରୋନା ମହାମାରୀ ପାଇଁ ତାଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଗତକାଲି କୌଣସି କଥାକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ହୋଇଥିଲା । ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ ବି ତାଙ୍କର ପତା ମିଳିନଥିଲା । କିନ୍ତୁ ଆଜି ଭୋରରେ ନଦୀପଠା ଆମ୍ବତୋଟାରେ ଶବ ଝୁଲିଥିବା ଦେଖିବାକୁ ମିଳିଥିଲା ।