ଏହି କରୋନା ଟିକା ନେବା ପରେ ମଧ୍ୟ ୧୨ ହଜାର ସଂକ୍ରମିତ

ଏହି କରୋନା ଟିକା ନେବା ପରେ ମଧ୍ୟ ୧୨ ହଜାର ସଂକ୍ରମିତ

ଏହି କରୋନା ଟିକା ନେବା ପରେ ମଧ୍ୟ ୧୨ ହଜାର ସଂକ୍ରମିତ
ଜେରୁଜେଲମ : ଇସ୍ରାଏଲରେ ଏବେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନା । ଫାଇଜର-ଏନବାୟୋଟେକ ଦ୍ୱାରା ବିକଶିତ ଟିକା ଇସ୍ରଲୀୟମାନେ ନେଉଥିଲେ ବି କରୋନା ସଂକ୍ରମିତ ହେବାର ଖବର ଆସିଛି । ଟିକା ନେଇବି ୧୨ ହଜାର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିପରି କେତେକ ଲୋକ ମୃତୁ୍ୟବରଣ ମଧ୍ୟ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, କରୋନା ଭୂତାଣୁ ସାର୍ସ-କୋ-୨ ପଜିଟିଭ ବାହାରିବା ଘଟଣା ଦେଶବାସୀ ଏବଂ ବିଶେଷଜ୍ଞମାନଙ୍କୁ ଆତଙ୍କିତ କରିଦେଇଛି । ଗତ ଡିସେମ୍ବର ୧୯ରୁ ଇସ୍ରାଏଲରେ ଟିକାକରଣ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ୨୨ ଲକ୍ଷ ଲୋକ ଟିକା ନେଇ ସାରିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୬.୬%ଙ୍କ ଦେହରେ କୋଭିଡ଼-୧୯ ଚିହ୍ନଟ ହେବା ପରେ ଇସ୍ରାଏଲରେ ଆତଙ୍କ ସୃଷ୍ଟି ହୋଇଛି ।