କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୯ ହଜାର ୫୪୧ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୯ ହଜାର ୫୪୧ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୯ ହଜାର ୫୪୧ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଏହାରି ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୮୩୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୫୫ ପଜିଟିଭ ଆକ୍ରାନ୍ତ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬୫୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୪ ହଜାର ୯୯୭ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୯୭୪ ଜଣ, କଟକରୁ ୫୯୩ ଜଣ,ମୟୂରଭଞ୍ଜରୁ ୫୩୨ ଜଣ, ଅନୁଗୁଳରୁ ୫୦୫ ଜଣ, ସୁନ୍ଦରଗଡ଼ରୁ ୪୬୫ ଜଣ,ବାଲେଶ୍ବରରୁ ୪୫୨ ଜଣ, ଢ଼େଙ୍କାନାଳରୁ ୪୦୭ ଜଣ, ପୁରୀରୁ ୪୦୫ ଜଣ, ଯାଜପୁରରୁ ୩୫୪ ଜଣ, କେନ୍ଦ୍ରାପଡ଼ାରୁ ୩୩୧ ଜଣ, ନୟାଗଡ଼ରୁ ୨୮୩ ଜଣ, ଜଗତସିଂହପୁରୁ ୨୮୦ ଜଣ,ବରଗଡ଼ରୁ ୨୭୯ ଜଣ, ବୌଦ୍ଧରୁ ୨୦୯ ଜଣ, ନବରଙ୍ଗପୁରରୁ ୨୦୫ ଜଣ, ସମ୍ବଲପୁରରୁ ୨୦୪ ଜଣ, କୋରାପୁଟରୁ ୧୯୮ ଜଣ, କେନ୍ଦୁଝରରୁ ୧୮୦ ଜଣ, କଳାହାଣ୍ଡିରୁ ୧୬୨ ଜଣ, ରାୟଗଡ଼ାରୁ ୧୪୮ ଜଣ,ଗଞ୍ଜାମରୁ ୧୨୯ ଜଣ, ସୋନପୁରରୁ ୧୨୩ ଜଣ,ବଲାଙ୍ଗୀରୁ ୧୧୯ ଜଣ, ଭଦ୍ରକରୁ ୧୧୭ ଜଣ, ଝାରସୁଗୁଡ଼ାରୁ ୧୧୧ ଜଣ, ମଲାକାନଗିରିରୁ ୧୦୩ ଜଣ,କନ୍ଧମାଳରୁ ୯୦ ଜଣ, ଗଜପତିରୁ ୮୫ ଜଣ, ଦେବଗଡ଼ରୁ ୫୫ ଜଣ, ନୂଆପଡ଼ାରୁ ୫୩ ଜଣ,ଷ୍ଟେଟ୍ ପୋଲ୍‌ରୁ ୧୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୬୪ ହଜାର ୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।