କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୧ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୧ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୫୧ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୫୧ ଜଣ ମୃତୁ୍ୟବରଣ କରିଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୪୨୯୯ରେ ପହଁଚିଛି  । ଅପରପକ୍ଷରେ ଗତ ୨୪ ଘଂଟାରେ ରାଜ୍ୟରେ ୨୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏଯାବତ ରାଜ୍ୟରେ ୯ ଲକ୍ଷ ୨୭ ହଜାର ୧୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୯୪ ହଜାର ୧୦୪ ଜଣ ସୁସ୍ଥ ହୋଇଛନ୍ତି  ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବରଗଡ଼ରେ ୫, ଭଦ୍ରକରେ ୨, କଟକରେ ୩, ଦେବଗଡ଼ରେ ୨, ଢେଙ୍କାନାଳରେ ୫, ଗଞ୍ଜାମରେ ୨, ଜଗତସିଂହପୁରରେ ୨, ଯାଜପୁରରେ ୩, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୯, ମୟୂରଭଞ୍ଜରେ ୫, ନବରଙ୍ଗପୁରରେ ୧, ନୟାଗଡ଼ରେ ୩, ପୁରୀରେ ୩ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ଘଟିଛି  ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୭୯, ବାଲେଶ୍ୱରରେ ୧୫୭, ବରଗଡ଼ରେ ୨୨, ଭଦ୍ରକରେ ୧୧୩, ବଲାଙ୍ଗୀରରେ ୧୬, ବୌଦ୍ଧରେ ୧୨, କଟକରେ ୪୨୨, ଦେବଗଡ଼ରେ ୯, ଢେଙ୍କାନାଳରେ ୫୯, ଗଜପତିରେ ୧୧, ଗଞ୍ଜାମରେ ୧୪, ଜଗତସିଂହପୁରରେ ୧୨୬, ଯାଜପୁରରେ ୨୦୨, ଝାରସୁଗୁଡ଼ାରେ ୧୨, କଳାହାଣ୍ଡିରେ ୭, କନ୍ଧମାଳରେ ୨୩, କେନ୍ଦ୍ରାପଡ଼ାରେ ୮୭, କେନ୍ଦୁଝରରେ ୬୮, ଖୋର୍ଦ୍ଧାରେ୪୦୭, କୋରାପୁଟରେ ୫୨, ମାଲକାନାଗିରିରେ ୫୪, ମୟୂରଭଞ୍ଜରେ ୧୦୩, ନବରଙ୍ଗପୁରରେ ୨୩, ନୟାଗଡ଼ରେ ୮୦, ନୂଆପଡ଼ାରେ ୫, ପୁରୀରେ ୧୫୪, ରାୟଗଡାରେ ୨୬, ସୋନପୁରରେ ୧୪, ସୁନ୍ଦରଗଡ଼ରେ ୨୮ ଓ ରାଜ୍ୟ ପୁଲରେ ୭୬ ଜଣ ଆକ୍ରାନ୍ତ ହୋଇଛନ୍ତି  ।