କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୭ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ

କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୭ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ

କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୭ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ
ଭୁବନେଶ୍ୱର: ରାଜ୍ୟରେ ଆଜି ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୨ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ସେହିପରି ଗଂଜାମ, କଳାହାଣ୍ଡି , ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ୬୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ୬୧୧୬ ମଧ୍ୟରୁ କ୍ୱାରେଂଟିନରୁ ୩୫୪୬, ଲୋକାଲ କେସରୁ ୨୫୭୦ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୮୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୭୮୫, କଳାହାଣ୍ଡି-୩୨୧ , କଟକ-୩୪୩, ନୂଆପଡା -୪୩୦, ସମ୍ବଲପୁର-୨୮୦, ଝାରସୁଗୁଡା-୨୫୪ , ପୁରୀ-୧୮୦, ବରଗଡ-୨୬୨,ନବରଙ୍ଗପୁର-୩୧୮, ବାଲେଶ୍ୱର-୧୦୨ , ବଲାଙ୍ଗିର-୧୮୯ , ଷ୍ଟେଟପୁଲ-୧୭୯, ଗଞ୍ଜାମ-୧୩୪, ମୟୂରଭଞ୍ଜ-୧୫୮, କେନ୍ଦୁଝର-୧୧୮, କୋରାପୁଟ-୭୧, ଭଦ୍ରକ-୮୭, ଯାଜପୁର-୩୨୪, ନୟାଗଡ-୯୯,ରାୟଗଡା-୧୦୪, ଅନୁଗୁଳ-୧୫୧, ଜଗତସିଂହପୁର-୭୩, ଗଜପତି-୭୮, କେନ୍ଦ୍ରାପଡା-୪୭, ଦେବଗଡ-୩୯, କନ୍ଧମାଳ-୩୬, ମାଲକାନଗିରି-୩୨ , ଢେଙ୍କାନାଳ-୮ , ବୌଦ୍ଧ-୩୨ ଓ ସୁବର୍ଣ୍ଣପୁର-୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୪୫ ହଜାର ୯୪୯ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୫୯ ହଜାର ୪୬୭ ଆକ୍ରାନ୍ତ ସୁସ୍ଥ ହେଲେଣି ।