କରୋନା ଟିକା କୋଭାକ୍ସିନର ଦର କମିଲା

କରୋନା ଟିକା କୋଭାକ୍ସିନର ଦର କମିଲା

କରୋନା ଟିକା କୋଭାକ୍ସିନର ଦର କମିଲା
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂପ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୭୯ ହଜାର ୨୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩୬୪୫ ଜଣ ମୃତୁ୍ୟବରଣ କରିଛନ୍ତି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା କରୋନା ଟିକା କୋଭାକ୍ସିନ ର ଦର କମିଲା । ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ୍ ଦର କମାଇଛି । ରାଜ୍ୟକୁ ଡୋଜ୍ ପିଛା ୪୦୦ ଟଙ୍କାରେ କୋଭାକ୍ସିନ ଟିକା ମିଳିବ । ପୂର୍ବରୁ ରାଜ୍ୟମାନଙ୍କ ପ୍ରତି ୬୦୦ ଟଙ୍କା ଦର ଧାର୍ଯ୍ୟ ହୋଇଥିଲା । କାଲି କୋଭିସିଲ୍ଡ ଦର ହ୍ରାସ ଘୋଷଣା କରିଥିଲା ସେରମ ।