କମେଣ୍ଟ ମରାକୁ ନେଇ ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

କମେଣ୍ଟ ମରାକୁ ନେଇ ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

କମେଣ୍ଟ ମରାକୁ ନେଇ  ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
ଢ଼େଙ୍କାନାଳ: କମେଣ୍ଟ ମରାକୁ ନେଇ ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର । ଏହିଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡା ଗାଁରେ । ଗାଁର ଜଣେ ଯୁବତୀଙ୍କୁ କିଛି ଯୁବକ କମେଣ୍ଟ ମାରୁଥିବା ଦେଖି ଯୁବତୀଙ୍କ ଜେଜେବାପା ବିରୋଧ କରିଥିଲେ । ପରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଉତ୍ତ୍ୟକ୍ତ ଯୁବକମାନେ ସଂଘବଦ୍ଧ ଭାବେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଯୁବତୀଙ୍କ ବାପା ସେଠାରେ ପହଞ୍ଚିବା ପରେ ସେ ମଧ୍ୟ ଯୁବକଙ୍କ ଆକ୍ରମଣର ଶିକାର ହୋଇଥିଲେ । ପରଜଙ୍ଗ ପୋଲିସ ଉଭୟ ବାପା, ପୁଅଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଜେଜେବାପାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାବେଳେ ଯୁବତୀଙ୍କ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିପାଇଁ ତାଙ୍କୁ ମଣ୍ଡାପାଳ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଚଳାଇଛି ।