କପିଲ ସିବଲଙ୍କୁ ଗେହେଲେଟଙ୍କ ଟାର୍ଗେଟ୍
କପିଲ ସିବଲଙ୍କୁ ଗେହେଲେଟଙ୍କ ଟାର୍ଗେଟ୍
ନୂଆଦିଲ୍ଲୀ: ୫ ରାଜ୍ୟରେ ପରାଜୟ ପରେ କଂଗ୍ରେସର ଆଭ୍ୟନ୍ତରୀଣ ତିକ୍ତତା ତୀବ୍ର ହେଉଛି। ଦଳ ମଧ୍ୟରେ ଥିବା ପୁରୁଣା ନେତା ଏବେ ଦୁଇଭାଗ। ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିବା କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ ମୁହାଁମୁହିଁ ହୋଇଛନ୍ତି। କପିଲ ଶିବଲଙ୍କୁ ଟାର୍ଗେଟ କରିଛନ୍ତି ଅଶୋକ ଗେହେଲେଟ୍। ସେ କହିଛନ୍ତି ଯେ, ସବୁ ଓକିଲ କଂଗ୍ରେସ ସଂସ୍କୃତିରୁ ତିଆରି ହୋଇ ନାହାନ୍ତି। ସିବଲ କଂଗ୍ରେସ ସଂସ୍କୃତିର ମଣିଷ ନୁହନ୍ତି। ତାଙ୍କୁ ସୋନିଆ ଏବଂ ରାହୁଲ ଗାନ୍ଧି ଅନେକ କିଛି ସୁବିଧା ସୁଯୋଗ ଦେଇଛନ୍ତି। କଂଗ୍ରେସର ଏବିସି ବାବଦରେ ଜା଼ଣି ନଥିବା କପିଲଙ୍କଠାରୁ ଦୁର୍ଭାଗ୍ୟଜନକ
ଯେତେବେଳେ କଂଗ୍ରେସର ବିପର୍ୟ୍ୟୟ ସମୟରେ ସବୁ ନେତାମାନେ ଏକାଠି ହେବା ଦରକାର। ସେ କହିଛନ୍ତି କଂଗ୍ରେସ ହେଉଛି ଏକାମାତ୍ର ଦଳ ଯିଏ ବିଜେପି ବିରୋଧରେ ଲଢ଼ିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାହୁଲ ଗାନ୍ଧି ହିଁ ଟକ୍କର ଦେଇପାରିବେ। ଯେଉଁମେନଆ କଂଗ୍ରେସ ବୁଡ଼ିଯିବ ବୋଲି କହୁଛନ୍ତି ସେଇମାନେ ହିଁ ନିଶ୍ଚିହ୍ନ ହୋଇଯିବେ ବୋଲି ଗେହେଲେଟ୍ କହିଛନ୍ତି। ଅନ୍ୟପକ୍ଷରେ ସିବଲ ହେଉଛନ୍ତି ବିଦ୍ରୋହୀ ଗୋଷ୍ଟୀ ଜି-୨୩ ଗ୍ରୁପର ଅନ୍ୟତମ ନେତା। ଯିଏ ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର ଉଠାଇବା ସହ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପତ୍ର ଲେଖିଥିଲେ। ଉକ୍ତ ଗୋଷ୍ଠୀ ପକ୍ଷରୁ ଲେଖାଯାଇଥିବା ପତ୍ରରେ ସୋନିଆ ଗାନ୍ଧି ଦାୟିତ୍ୱରୁ ଓହରି ନୂଆ ନେତାଙ୍କୁ ସୁଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ନିକଟରେ ଏକ ସାକ୍ଷାତକାରରେ ସିବଲ କହିଥିଲେ ସବ୍ କୀ କଂଗ୍ରେସ କିନ୍ତୁ କିଛି ଲୋକ ଚାହୁଁଛନ୍ତି ଘର କୀ କଂଗ୍ରେସ’। ରବିବାର କଂଗ୍ରେସ କାର୍ୟ୍ୟକାରିଣୀ ବୈଠକ ପରେ ସବଲଙ୍କର ଏହି ବିବୃତ୍ତି ଆସିଥିଲା।




admin 