କନ୍ଦାଉଛି କରୋନା, ତେଣୁ ପାଣିକୁ ଡେଇଁ ସୁଖ ସାଉଁଟୁଛନ୍ତି, ଜାଣନ୍ତୁ ସେ କିଏ…

କନ୍ଦାଉଛି କରୋନା, ତେଣୁ ପାଣିକୁ ଡେଇଁ ସୁଖ ସାଉଁଟୁଛନ୍ତି, ଜାଣନ୍ତୁ ସେ କିଏ…

କନ୍ଦାଉଛି କରୋନା, ତେଣୁ ପାଣିକୁ ଡେଇଁ ସୁଖ ସାଉଁଟୁଛନ୍ତି, ଜାଣନ୍ତୁ ସେ କିଏ…

 ଦୁଃଖ ଅସରନ୍ତି । ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛଟପଟ ହେଉଛି ପ୍ରାଣ । ଜୀବନ ବିକଳ ହୋଇ କାନ୍ଦୁଛି । ସେହିଭଳି କନ୍ଦାଇ କନ୍ଦାଇ ମାରୁଛି ମହାମାରୀ କରୋନା । ଏଭଳି ଦୁଃଖକୁ କେମିତି ଦୂର କରିହେବ? ଏଭଳି ପ୍ରଶ୍ନ ସବୁରି ମନରେ ରହିଛି । ତେବେ ଏଥିପାଇଁ ବର୍ଷେ ହେଲା ପାଣିକୁ ଡେଇଁ ପଡୁଛନ୍ତି ଜଣେ ବ୍ୟକ୍ତି । ଆଶ୍ଚର୍ଯ୍ୟ ଲାଗୁଛି କି! ଘଟଣାଟି ସତ ।

ମହାମରୀ ଯୋଗୁଁ ମାନସିକ ଚିନ୍ତା ଦୂର  ପାଇଁ ଜଣେ ବସ୍‌ ଚାଳକ କ୍ରମାଗତ ୩୬୫ ଦିନ ହେବ ‘ମିଚିଗାନ୍‌ ହ୍ରଦକୁ ଡେଇଁ ସାରିଲେଣି । ସେ କୌଣସି ରେକର୍ଡ ପାଇଁ ଏଭଳି କରୁନଥିଲେ ମଧ୍ୟ ଏକ ଅଘୋଷିତ ରେକର୍ଡ ହୋଇଛି ବୋଲି ସାଧାରଣରେ କୁହାଯାଉଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ହେଉଛି ଡାନ୍‌ ଓ କନୋର୍ । ଚିନ୍ତା ଓ ଦୁଃଖ ଦୂର ପାଇଁ ଡାନ୍‌ ‘ମିଚିଗାନ୍‌ ହ୍ରଦର ‘ମଣ୍ଟ୍ରୋଜ୍‌ ହାର୍ବର୍‌’ରେ ବର୍ଷେ ହେଲା କ୍ରମାଗତ ଡେଉଁଥିବା କହିଛନ୍ତି । ଖାଲି ସେତିକି ନୁହେଁ, ନିର୍ବାଚନ ହେଉ କି କୌଣସି ପ୍ରତିବାଦ କରିବାର ସମୟ ଆସିଲେ ମଧ୍ୟ ସେ ହ୍ରଦକୁ ଡେଇଁ ନିଜ ଅବସାଦ ଦୂର କରୁଥିବା କହିଛନ୍ତି ।