କଠୁଆ ମାମଲାରେ ୬ ଦୋଷୀ

କଠୁଆ ମାମଲାରେ ୬ ଦୋଷୀ

କଠୁଆ ମାମଲାରେ ୬ ଦୋଷୀ
ପଠାନକୋଟ: ଜାମ୍ମୁ କାଶ୍ମିରର କଠୁଆ ବଂଜାରା ସମୁଦାୟର ଆଠ ବର୍ଷ ଝିଅର ବଳକ୍ରାର ସହିତ ହତ୍ୟା ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତ ରାୟ ଦେଇଛନ୍ତି । ମାମଲାରେ ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ଦୋଷୀ ମାନଙ୍କ ବିରୋଧ ଶୁଣାନି ଜାରୀ ରହିବ । ଗାଁ ମୁଖିଆ ସାଞ୍ଜି ରାମ ଓ ତାଙ୍କ ପୁଅ ବିଶାଲ, ୨ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଦୀପକ ଖଜୁରିଆ, ସୁରେନ୍ଦ୍ର ବର୍ମା, ହେଡ କନଷ୍ଟେବଳ ତିଲକରାଜ, ଏସଆଇ ଆନନ୍ଦ ଦତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୂଚନା ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ ତାରିଖରେ କଠୁଆ ଜିଲ୍ଲାରେ ନାବାଳିକାକୁ ଅପହରଣ କରାଗଲା । ନାବାଳିକାକୁ ଅପହରଣ କରାଯାଇ ଗୋଟିଏ ମନ୍ଦିର ଭିତରରେ ବାନ୍ଧି ଗଣଦୁଷ୍କର୍ମ କରାଯାଇଥିଲା । ନାବାଳିକୁ ଚାରି ଦିନ ପର୍ଯ୍ୟାନ୍ତ ଅଚେତବସ୍ତାରେ ରଖା ଯାଇ ହତ୍ୟା କରାଯାଇଥିଲା ।