କଟକରେ ଶ୍ରୀତମ ହେଲେ ବିଜେପି ମେୟର ପ୍ରାର୍ଥୀ
କଟକରେ ଶ୍ରୀତମ ହେଲେ ବିଜେପି ମେୟର ପ୍ରାର୍ଥୀ
କଟକ: ଅଭିନେତା ଶ୍ରୀତମ ଦାସଙ୍କୁ ବିଜେପି ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଭାବେ ଶ୍ରୀ ଦାସଙ୍କ ନାମ କଟକ ବିଜେପି ନଗର ସଭାପତି ଘୋଷଣା କରିଛନ୍ତି। ବିଜେଡ଼ି ପକ୍ଷରୁ ରାଜ୍ୟସଭା ସାଂସଦ ସୁବାସ ସିଂ ମେୟର ପ୍ରାର୍ଥୀ ହୋଇଥିବାବେଳେ ଏବେ ଶ୍ରୀତମ ତାଙ୍କୁ ଟକ୍କର ଦେବେ । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କରାଯାଇଛି ।
ଚଳଚ୍ଚିତ୍ର ଜଗତରେ ଏକ ଜଣାଶୁଣା ନାମ ହେଉଛନ୍ତି ଶ୍ରୀତମ ଦାସ । ସିନେ କ୍ୟାରିୟରରୁ ସେ ରାଜନୀତି ଆଡ଼କୁ ମନ ବଳାଇଥିଲେ । ତାଙ୍କର ଏକ ଏନଜିଓ ସଂସ୍ଥା ମଧ୍ୟ ରହିଛି । ଉକ୍ତ ସଂସ୍ଥା ଜରିଆରେ ସେ ସେବାମୂଳକ କାର୍ଯ୍ୟ ବି କରି ଆସୁଥିଲେ । ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ବିଜେପିରେ ଯୋଗଦାନ କରିଥିଲେ ।
ତିନି ଦଳର ମେୟର ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ଏବେ କଟକ ରାଜନୀତି ଚଳଚଂଚଳ ହୋଇଯାଇଛି । ଶ୍ରୀତମ, ସୁବାସ ଓ ଗିରିବାଳାଙ୍କ ସମର୍ଥକମାନେ ବିଜୟ ନେଇ ଆଶାବାଦୀ ରହିଛନ୍ତି ।




admin 