କଟକରେ ବଳ ବଢ଼ାଇବାକୁ କଂଗ୍ରେସର ପ୍ରସ୍ତୁତି
କଟକରେ ବଳ ବଢ଼ାଇବାକୁ କଂଗ୍ରେସର ପ୍ରସ୍ତୁତି
କଟକ: କଟକରେ ବଳ ବଢ଼ାଇବାକୁ ସକ୍ରିୟ ହୋଇ ପଡିଛି କଂଗ୍ରେସ। ଗତକାଲି ମାହାଙ୍ଗା ବ୍ଲକରେ ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଥିଲା । ଆଜି ନିଶ୍ଚିତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ରାଧାକୃଷ୍ଣ କଲ୍ୟାଣୀ ମଣ୍ଡପ ଠାରେ ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାପତି ରମାକାନ୍ତ ବେହେରାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏହି ବୈଠକରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।
ମାହାଙ୍ଗାର ବରିଷ୍ଠ ନେତା ଦେବେନ୍ଦ୍ର ସାହୁ, ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶିଶିର କୁମାର ରଥ, ବରିଷ୍ଠ ଆଇନଜୀବୀ ପ୍ରବୀଣ କାନୁନଗୋ, ସାଲେପୁର ବାର କାଉନସିଲର ସମ୍ପାଦକ ପ୍ରଭାତ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।
ଆଗାମୀଦିନରେ ପଂଚାୟତ ନିର୍ବାଚନ ଥିବାରୁ ଦଳକୁ ସଂଗଠିତ କରିବାକୁ ବୈଠକରେ ରଣନୀତି ପ୍ରସ୍ତୁତ ହେଇଥିଲା । ଜିଲ୍ଲା ସଭାପତି ମାନସ ଚୌଧୁରୀ ଏବେ ପ୍ରତି ବ୍ଲକରେ କର୍ମୀଙ୍କୁ ଭେଟି ବୈଠକ ଚଳାଇଛନ୍ତି । ପଂଚାୟତ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।




admin 