କଟକରେ ଛାତ୍ର କଂଗ୍ରେସ ପାଳିଲା ଶିଶୁ ଦିବସ

କଟକରେ ଛାତ୍ର କଂଗ୍ରେସ ପାଳିଲା ଶିଶୁ ଦିବସ

କଟକରେ ଛାତ୍ର କଂଗ୍ରେସ ପାଳିଲା ଶିଶୁ ଦିବସ
କଟକ: କଟକ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଦିନ ତଥା ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ କାଠଯୋଡ଼ି ବିହାର ସିଡିଏ ୬ରେ ଛୋଟ ଛୋଟ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ଓ ଚକୋଲେଟ ବଣ୍ଟନ କରାଯାଇଥିଲା। ତା'ପରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ କ୍ୟାନ୍ସର ଆକ୍ରାନ୍ତ ଛୋଟ ଛୋଟ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ଓ ଖେଳନା ପ୍ରଦାନ କରାଯାଇଥିଲା। ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଡ଼କ୍ଟର ବିପ୍ଳବ ଶିଳାଦିତ୍ୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ସମ୍ପାଦକ ସଦାଶିବ ବାରିକ, ଅନୁରୁଦ୍ଧ ଦାସ, ରାଜ୍ୟ ଛାତ୍ର କଂଗ୍ରେସ ଆଶୁତୋଷ ରାଉତ,ଦୀପକ ମହାନ୍ତି,ନରେଶ ବେହେରା, ୟଶରଜ ବେହେରା, ଡିଏଭି ସ୍କୁଲ ଶିକ୍ଷୟତ୍ରୀ ରୂପା ମିଶ୍ର, ବିଜୟ ପ୍ରତାପ ସିଂ, ଛାତ୍ର ନେତା ସରୋଜ ଦାସ,ଆନନ୍ଦିତା ମହାନ୍ତି, ନିବେଦିତା ସେଠି, ମୃତୁଞ୍ଜୟ ମହାନ୍ତି, କମଳେନ୍ଦୁ ଆଚାର୍ଯ୍ୟ,ରାହୁଲ ସାମଲ, ଆକାଶ ରାଉତଙ୍କ ପ୍ରମୁଖ ସାମିଲ ହୋଇଥିଲେ।