ପରିବାରର ୪ ଜଣଙ୍କୁ ଫାଶିରେ ଝୁଲାଇଲେ ନକ୍ସଲ

ପରିବାରର ୪ ଜଣଙ୍କୁ ଫାଶିରେ ଝୁଲାଇଲେ ନକ୍ସଲ

 ପରିବାରର ୪ ଜଣଙ୍କୁ ଫାଶିରେ ଝୁଲାଇଲେ ନକ୍ସଲ

ପାଟନା: ବିହାରର ଗୟା ଜିଲ୍ଲାରେ ନକ୍ସଲମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଡୁମରିଆ ପୋଲିସ ଷ୍ଟେସନ ଅଞ୍ଚଳ ନିକଟସ୍ଥ ମୋନବର ଗ୍ରାମବାସୀ ସରଜୁ ସିଂ ଭୋକ୍ତାଙ୍କ ଘରକୁ କରିଛନ୍ତି ବୋମାମାଡ଼। ଏହାସହିତ ସରଜୁଙ୍କ ଦୁଇ ପୁଅ ସତ୍ୟେନ୍ଦ୍ର ସିଂ ଭୋକ୍ତା ଏବଂ ମହେନ୍ଦ୍ର ସିଂ ଭୋକ୍ତା ଏବଂ ପତ୍ନୀଙ୍କୁ ଘର ବାହାରେ ଫାଶୀ ଦେଇଥିବା ଦେଖିବାକୁ ମିଳିଛି।

ଏହି ନକ୍ସଲମାନେ ଅଭିଯୋଗ କରିଛନ୍ତି ଯେ ୧ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ୪ ନକ୍ସଲଙ୍କୁ ଏନକାଉଣ୍ଟର ନୁହେଁ, ବରଂ ଖାଦ୍ୟରେ ବିଷ ମିଶାଇ ହତ୍ୟା କରାଯାଇଥିଲା। ଏହାପରେ ଏହି ହତ୍ୟାକାଣ୍ଡକୁ ଏନକାଉଣ୍ଟରର ରୂପ ଦିଆଯାଇଛି । ଏହି ହତ୍ୟାକାଣ୍ଡରେ ଗ୍ରାମବାସୀ ପୋଲିସ ସହିତ ମିଶି ଏପରି ହତ୍ୟାକାଣ୍ଡ ଘଟାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଫଳରେ ପ୍ରତିଶୋଧ ପରାୟଣ ହୋଇ ସେମାନେ ବିଶ୍ବାସଘାତକତାର ଜବାବ ଦେଇଛନ୍ତି ବୋଲି କହିଛନ୍ତି ।  ବିଶ୍ବାସଘାତୀଙ୍କ ସହିତ ଏପରି ହେବା ଉଚିତ ବୋଲି ନକ୍ସଲମାନେ ପୋଷ୍ଟରରେ ଦର୍ଶାଇଛନ୍ତି । ୪ ନକ୍ସଲ ଅମରେଶ କୁମାର, ସୀତା କୁମାର, ଶିବପୁଜନ କୁମାର ଓ ଉଦୟ କୁମାରଙ୍କ ହତ୍ୟାର ସେମାନେ ପ୍ରତିଶୋଧ ନେଇଛନ୍ତି ବୋଲି କହିଛନ୍ତି ।ସେପଟେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।