କଂଗ୍ରେସର ଷ୍ଟାର ପ୍ରଚାରକ ଗୁଲାମନବୀ

କଂଗ୍ରେସର ଷ୍ଟାର ପ୍ରଚାରକ ଗୁଲାମନବୀ

କଂଗ୍ରେସର ଷ୍ଟାର ପ୍ରଚାରକ ଗୁଲାମନବୀ

ନୂଆଦିଲ୍ଲୀ: ୟୁପିରେ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକ ଘୋଷଣା କରାଯାଇଛି। ଘୋଷଣା ହୋଇଥିବା ୩୦ ଜଣିଆ ତାଲିକାରେ ରାହୁଲ ଗାନ୍ଧୀ,  ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଗୁଲାମ ନବୀ ଆଜାଦ୍‌ ଏବଂ ସଚ୍ଚିନ ପାଇଲଟ ଅଛନ୍ତି। ସେହିପରି ଅନ୍ୟ ନେତାଙ୍କ ମଧ୍ୟରେ  ସଲମନ୍‌ ଖୁର୍ସିଦ, ଭୁପିନ୍ଦର ସିଂ ହୋଡ଼ା,  ଦିପେନ୍ଦ୍ରର ହୋଡ଼ା, ରାଜ ବାବର, ରାଜୀବ ଶୁକ୍ଲା, ଅଶୋକ ଗେହେଲେଟ୍, ବର୍ଷା ଗାଇକୱାର୍ଡ଼, କହ୍ନେୟା କୁମାର ଏବଂ ପ୍ରନିତି ସିନ୍ଧେ ପ୍ରମୁଖଙ୍କ ନାମ ରହିଛି। ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଜାନୁଆରୀ ୨୮ ତାରିଖରେ ଥିଲା। ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାର କଂଗ୍ରେସ ନେତା ଗୁଲାମନବୀଙ୍କ ନାମ ଘୋଷଣା କରିବା ପରେ ଏହାକୁ ନେଇ କଂଗ୍ରେସ ଦଳ ଭିତରେ ବିତର୍କ ଆରମ୍ଭ ହୋଇଥିଲା। 
ଫେବୃଆରୀ ୧୦ରୁ ଉତ୍ତରପ୍ରଦେଶ ନିର୍ବାଚନ  ଆରମ୍ଭ ହେବ। ଏଥିରେ ୭ଟି ପର୍ୟ୍ୟାୟରେ ମତ ଦାନ ହେବ। ମାର୍ଚ୍ଚ ୧୦ରେ ଗଣତି ହେବ।  ପୂର୍ବରୁ କଂଗ୍ରେସ ପକ୍ଷରୁ ୪ର୍ଥ ପର୍ୟ୍ୟାୟ ପ୍ରାର୍ଥୀତାଲିକା ଘୋଷଣା ହୋଇଛି । ଯେଉଁଥିରେ ମୋଟ ୬୧ ଜଣ ପ୍ରାର୍ଥୀ ତାଲିକା ଥିବା ବେଳେ ସେଥିମଧ୍ୟରୁ ୨୪ ଜଣ ମହିଳାଙ୍କୁ ମୈଦାନକୁ ଓହ୍ଲାଇଛି ଦଳ ।

ବିଲାସପୁରରୁ ବରିଷ୍ଠ କଂଗ୍ରେସ ନେତ୍ରୀ ଶିଖା ପାଣ୍ଡେଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଶ୍ରୀ ନଗରରୁ ପ୍ରାର୍ଥୀ ହୋଇଛନ୍ତି ଚାନ୍ଦିନୀ । ସେହିଭଳି ଧୋରାହରାରୁ ଜିତେନ୍ଦ୍ରୀ ଦେବୀ, ବିସଓ୍ବାନରୁ ବନ୍ଦନା ଭାର୍ଗବ, ସାରେନୀରୁ ସୁଧା ଦ୍ବିବେଦୀ, କେମଗଞ୍ଜରୁ ଶଙ୍କୁଲତା ଦେବୀ, ଭୋଜପୁରରୁ ଅର୍ଚନା ରାଡୋର୍, କନ୍ନୌଜରୁ ବିନୀତା ଦେବୀ, ଗୋବିନ୍ଦନଗରରୁ କରିସ୍ମା ଠାକୁରଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ସେହିଭଳି ଅନ୍ୟ ବିଧାନସଭା କ୍ଷେତ୍ରରେ ଅନେକ ଯୁବକଙ୍କୁ ଦଳ ଟିକେଟ୍‌ ଦେଇଛି।