ଓସ୍କାର ବିଜେତା ସିଡ୍ନୀ ପୋଟିୟରଙ୍କ ପରଲୋକ
ଓସ୍କାର ବିଜେତା ସିଡ୍ନୀ ପୋଟିୟରଙ୍କ ପରଲୋକ
ୱାଶିଂଟନ: ଓସ୍କାର ବିଜେତା ତଥା ହଲିଉଡର ପ୍ରଥମ ବ୍ଲାକ ମୁଭି ଷ୍ଟାର ସିଡନୀ ପୋଟିୟରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ୧୯୫୦ ଓ ୬୦ ଦଶକରେ ଏକାଧିକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ସିଡ୍ନୀ ପୋଟିୟର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଲିଲିଜ ଅଫ୍ ଫିଲ୍ଡରେ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ପୁରସ୍କାର ମିଳିଥିଲା। ସେ ପ୍ରଥମ କୃଷ୍ଣକାୟ ଅଭିନେତା ଯିଏକି ଅସ୍କାର ଜିତିବାର ରେକର୍ଡ କରିଥିଲେ। ଏହାପୂର୍ବରୁ ୧୯୫୮ରେ ସିଡ୍ନୀ ପ୍ରଥମ କୃଷ୍ଣକାୟ ବ୍ୟକ୍ତି ଭାବେ କୌଣସି ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାର କିଛି ବର୍ଷ ପରେ ଅର୍ଥାତ ୧୯୬୩ରେ ତାଙ୍କୁ ଅସ୍କାର ମିଳିଥିଲା।
ଉଭୟ ଆମେରିକା ଓ ବାହାମିଆନ ନାଗରିକ ହେବାର ପ୍ରମାଣପତ୍ର ହାସଲ କରିଥିବା ସିଡ୍ନୀ ପୋଟିୟରଙ୍କ ପରଲୋକରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ସିଡନୀ ପୋଟିୟର୍ ୧୯୬୭ରେ ଗୋଟିଏ ବର୍ଷରେ ତିନୋଟି ଫିଲ୍ମରେ ଅଭିନୟ କରି ନୂଆ ଇତହାସ ସୃଷ୍ଟି କରିଥିଲେ।
ସିଡନୀ ପୋଟିୟର୍ ୧୯୨୭ ମସିହା ଫେବୃଆରୀ ୨୦ରେ ଆମେରିକାର ମିଆମିରେ ଜନ୍ମଗ୍ରହଣ କରିଥିଲା। ତାଙ୍କ ପରିବାର କୃଷି କାର୍ୟ୍ୟ କରୁଥିଲେ। ତେବେ ପିଲାଟି ବେଳକୁ ସିଡ୍ନୀ ପୋଟିୟର ଅଭିନୟର ପ୍ରେମରେ ପଡ଼ି ସିନେମା ଜଗତରେ ପ୍ରବେଶ କରିଥିଲେ।




admin 