ଓଲଟିପଡ଼ିଲା ‘ଜଗାକାଳିଆ’ ବସ୍, ୨୦ ଆହତ

ଓଲଟିପଡ଼ିଲା ‘ଜଗାକାଳିଆ’ ବସ୍, ୨୦ ଆହତ

ଓଲଟିପଡ଼ିଲା ‘ଜଗାକାଳିଆ’ ବସ୍, ୨୦ ଆହତ

ଭୁବନେଶ୍ୱର: ଢେଙ୍କାନାଳରେ ମା ସମଲେଶ୍ୱରୀ ବସ୍ ଓଲଟିଥିବାବେଳେ, କାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଏକ ବସ୍ ଦୁର୍ଘଟଣା ଘଟିଛି  । ଏଥିରେ ୨୦ରୁ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ‘ଜଗାକାଳିଆ’ ନାମକ ବସ୍ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି କଲିକତାରୁ  ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ରାତି ପ୍ରାୟ ୩ଟାରେ ଗାଡିଟି ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ପଳଦାବା ଅତିକ୍ରମ କରୁଥିଲା । ଏହି ସମୟରେ ଆଗରେ ଯାଉଥିବା ଟ୍ରକ୍କୁ ବସ୍ଟି ଧକ୍କା ଦେଇଥିଲା । ଏହାପରେ ଭାରସାମ୍ୟ ହରାଇ ବସଟି ରାସ୍ତା ତଳକୁ ଖସି ଯାଇ ଅଟକି ଯାଇଥିଲା । ଏଥିରେ ୨୦ ରୁ ୨୫ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

 

 ଦୁର୍ଘଟଣାଗ୍ରସ୍ତ ବସଟିର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ପ୍ରାୟ ୨୫ ଯାତ୍ରୀ ଆହତ ହୋଇଛନ୍ତି ।  ସେମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ କରୁଛି ।