ଓଡିଶା ପ୍ରତି କେନ୍ଦ୍ରର ଦରଦ ନାହିଁ : ନବୀନ

ଓଡିଶା ପ୍ରତି କେନ୍ଦ୍ରର ଦରଦ ନାହିଁ : ନବୀନ

ଓଡିଶା ପ୍ରତି କେନ୍ଦ୍ରର ଦରଦ ନାହିଁ : ନବୀନ
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମ ଓଡିଶାରେ ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡରେ ଦଳ ପକ୍ଷରୁ ଆୟୋଜିତ ଜନସଭାରେ ସାମିଲ ହୋଇଛନ୍ତି ନବୀନ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ନବୀନ । ଏଠାରେ ବି କାଳିଆ ଯୋଜନା କଥା ବଖାଣିଲେ ବିଜେଡ଼ି ସଭାପତି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । କେନ୍ଦ୍ର ଉପରେ ବର୍ଷିବା ସହ ନବୀନ କହିଛନ୍ତି, ନିର୍ବାଚନ ଆସିଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ଓଡ଼ିଶାବାସୀଙ୍କ ଦୁଃଖସୁଖରେ କୁଆଡ଼େ ଥିଲେ ? ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ମୁଁ ସବୁବେଳେ ରହିଛି । ଏହାସହ ସେଠାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ।