ଓଡ଼ିଶାରେ କରୋନା ଗ୍ରାଫ ଉପରମୁହାଁ , ଆଉ ୧୭୦ ପଜିଟିଭ ଚିହ୍ନଟ

ଓଡ଼ିଶାରେ କରୋନା ଗ୍ରାଫ ଉପରମୁହାଁ , ଆଉ ୧୭୦ ପଜିଟିଭ ଚିହ୍ନଟ

ଓଡ଼ିଶାରେ କରୋନା ଗ୍ରାଫ ଉପରମୁହାଁ , ଆଉ ୧୭୦ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଘାରିଛି କରୋନା ଭୟ । ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୨୪୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୭୧ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ପ୍ରକାଶ ଯେ, ଅନୁଗୁଳରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୭, ବରଗଡ଼ ୨, ଭଦ୍ରକ ୧, ବଲାଙ୍ଗୀର ୫, କଟକ ୨୩, ଦେଓଗଡ ୩, ଗଜପତି ୧, ଗଞ୍ଜାମ ୧, ଯାଜପୁର ୫, ଝାରସୁଗୁଡ଼ା ୭, କଳାହାଣ୍ଡି ୮, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୨, ଖୋର୍ଦ୍ଧା ୨୩, କୋରାପୁଟ ୨, ମୟୂରଭଞ୍ଜ ୮, ନୂଆପଡ଼ା ୨୭, ପୁରୀ ୪, ରାୟଗଡ଼ା ୨, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡ଼ ୨୨ ଓ ଷ୍ଟେଟପୁଲରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୯ ହଜାର ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୦୦୮ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୬ ହଜାର ୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।