ଓଜେଏସ ପରୀକ୍ଷାରେ ଈର୍ଷିତା କେଶରୱାନୀ ଟପର

ଓଜେଏସ ପରୀକ୍ଷାରେ ଈର୍ଷିତା କେଶରୱାନୀ ଟପର

ଓଜେଏସ ପରୀକ୍ଷାରେ ଈର୍ଷିତା କେଶରୱାନୀ ଟପର
କଟକ: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ ) ପରୀକ୍ଷା ଫଳ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଏହି ପରୀକ୍ଷାରେ ୪୭ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲା ବେଳେ ସେମାନଙ୍କୁ ସିଭିଲ ଜଜ ପଦବିରେ ନିଯୁକ୍ତି ଦେବା ପାଇଁ ଓପିଏସସି ସୁପାରିସ କରିଛନ୍ତି । କୃତୀ ତାଲିକାରେ ୩୦ ଜଣ ମହିଳା ପ୍ରାର୍ଥୀନି ରହିଛନ୍ତି । ଈର୍ଷିତା କେଶରୱାନୀ ଚଳିତ ଥରର ଟପର ହୋଇଛନ୍ତି । ଓପିଏସସି ଓଜେଏସରେ ୫୧ଟି ପଦବି ପୂରଣ ପାଇଁ ୨୦୧୯ ନଭେମ୍ବର ୧୧ ତାରିଖରେ ପ୍ରାଥମିକ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୨୦ ଫେବୃୟାରୀ ୨ରେ ପରୀକ୍ଷା ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ୩୩୭ ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷାରେ ବସିଥିଲେ । ମୁଖ୍ୟ ପରୀକ୍ଷାରେ ୧୨୭ ଜଣ କୃତକାର୍ଯ୍ୟ ହୋଇ ମୌଖିକ ପରୀକ୍ଷା ପାଇଁ ଦେଇଥିଲେ । ଚୂଡାନ୍ତ ମୌଖିକ ପରୀକ୍ଷାରେ ୪୭ ଜଣ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ନିଯୁକ୍ତ ଦେବା ପାଇଁ କମିସନ ସୁପାରିସ କରିଛନ୍ତି ।