ଏୟାର ଇଣ୍ଡିଆର ଯାତ୍ରୀମାନଙ୍କର ଅନେକ ଗୋପନୀୟ ତଥ୍ୟ ଲିକ

ଏୟାର ଇଣ୍ଡିଆର ଯାତ୍ରୀମାନଙ୍କର ଅନେକ ଗୋପନୀୟ ତଥ୍ୟ ଲିକ

ଏୟାର ଇଣ୍ଡିଆର ଯାତ୍ରୀମାନଙ୍କର ଅନେକ ଗୋପନୀୟ ତଥ୍ୟ ଲିକ
ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଯାତ୍ରୀମାନଙ୍କର ଅନେକ ଗୋପନୀୟ ତଥ୍ୟ ଲିକ ହୋଇଯାଇଛି । ନାମ, ଜନ୍ମ ତାରିଖ, ଯୋଗାଯୋଗ ସୂଚନା, ପାସପୋର୍ଟ ଓ କ୍ରେଡିଟ କାର୍ଡ ତଥ୍ୟ ଆଦି ପ୍ରଘଟ ହୋଇଛି । ୨୦୧୧ ଅଗଷ୍ଟରୁ ୨୦୨୧ ଫେବ୍ରୁଆରି ମଧ୍ୟରେ ଯାତ୍ରୀମାନଙ୍କର ଯେଉଁ ତଥ୍ୟ ସଂରକ୍ଷିତ ରଖାଯାଇଥିଲା ତାହା ଲିକ୍ ହୋଇଛି ବୋଲି କଂପାନି ପକ୍ଷରୁ ଯାତ୍ରୀମାନଙ୍କୁ ସୂଚିତ କରାଯାଇଛି । ମାତ୍ର କୌଣସି ପାସୱାର୍ଡ ତଥ୍ୟ ଲିକ ହୋଇନଥିବା କଂପାନି ସ୍ପଷ୍ଟ କରିଛି । ବିଶେଷ କରି ଏକାଧିକ ଥର ଏୟାର ଇଣ୍ଡିଆରେ ଯାତ୍ରା କରିଥିବା ଯାତ୍ରୀଙ୍କ ତଥ୍ୟ ଲିକ ହୋଇଛି । ପ୍ରାୟ ୪୫ ଲକ୍ଷ ତଥ୍ୟ ପ୍ରଘଟ ହୋଇଛି । କଂପାନି ତରଫରୁ ଏହାର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ କରାଯାଇଛି । ଯାତ୍ରୀଙ୍କ ତଥ୍ୟ ପ୍ରଘଟ ହେବାରେ ଛଅ ମାସ ଭିତରେ ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଗତ ଡିସେମ୍ବରରେ ଇଣ୍ଡିଗୋର କେତେକ ସର୍ଭରକୁ ହ୍ୟାକ୍ କରାଯାଇଥିଲା । ସେଥିରୁ କିଛି ତଥ୍ୟ ଲିକ୍ ହୋଇଥିବ ବୋଲି କଂପାନି ଅନୁମାନ କରୁଛି ।