ଏହି ସବୁ ଖାଦ୍ୟ ଖାଇଲେ ହେବେନି ବୁଢା
ଏହି ସବୁ ଖାଦ୍ୟ ଖାଇଲେ ହେବେନି ବୁଢା
ଭୁବନେଶ୍ୱର: ସୁନ୍ଦର ଓ ଆକର୍ଷଣୀୟ ତ୍ୱଚା କିଏ ବା ନଚାହେଁ । କିନ୍ତୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତ୍ୱଚାରେ ମଧ୍ୟ ବୟସର ଛାପ ଧିରେ ଧିରେ ନଜର ଆସିଥାଏ । ନିଜ ବୟସ ଯେତେ ବଢେ଼, ଆମେ ସେତେ ଲୁଚେଇବାକୁ ଚେଷ୍ଟା କରୁ । ହେଲେ ପାଚିଲା କେଶ, ତ୍ୱଚାର ଭାଙ୍ଗ ଆମ ବଢ଼ୁଥିବା ବୟସର ସଙ୍କେତ ଦିଏ । ଆୟୁର୍ବେଦ ବିଶେଷଜ୍ଞ କହିଛନ୍ତି, କେତୋଟି ଫଳ, ଡ୍ରାଏଫ୍ରୁଟସକୁ ନିୟମିତ ଖାଇଲେ ବୟସର ଛାପ ପଡ଼ିନଥାଏ । ଏଗୁଡ଼ିକ ହେଲା,
ପାଳଙ୍ଗ: ଏଥିରେ ପ୍ରଚୁର ପରିମାଣରେ ଲୌହ ଥିବାରୁ ତ୍ୱଚାକୁ କୋମଳ ରଖେ । ପାଳଙ୍ଗକୁ ଶାଗ, ପରଟା ଭାବେ ତିଆରି କରି ନଚେତ ରସ ଭାବେ ପିଇପାରିବେ ।
ଡ଼ାଳିମ୍ବ: ଏହି ଫଳ ଖାଇଲେ ତ୍ୱଚାରେ ଚମକ ଆସେ । କୌଣସି ପ୍ୟାକ୍ ଲଗାଇବାବେଳେ ଡ଼ାଳିମ୍ବ ରସ ମିଶାଇ ମଧ୍ୟ ଲଗାଇପାରିବେ । ସପ୍ତାହରେ ୨-୩ଥର ଡ଼ାଳିମ୍ବ ଖାଇଲେ ତ୍ୱଚା, ଚର୍ମଜନିତ ଅନେକ ସମସ୍ୟାର ସମାଧାନ ହୁଏ ।
ବିଲାତି: ବିଲାତିର ପରିମାଣ ପ୍ରତିଦିନ ଖାଦ୍ୟପାନୀୟରେ ବଢ଼ାନ୍ତୁ । ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟି ତତ୍ତ୍ୱ ବୟସର ଛାପକୁ କମ୍ କରେ ।




admin 