ଏହି ମାସ ଶେଷ ସୁଦ୍ଧା ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ!
ଏହି ମାସ ଶେଷ ସୁଦ୍ଧା ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ!
ଭୁବନେଶ୍ବର: ଚଳିତ ଡିସେମ୍ବାର ମାସ ଶେଷ ସୁଦ୍ଧା ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଘୋଷଣା ହୋଇସାରିଛି । ୯୧,୯୧୩ ୱାର୍ଡ଼,୬୭୯୪ ପଞ୍ଚାୟତରେ ହେବ ନିର୍ବାଚନ । ସେହିପରି ରାଜ୍ୟରେ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ସେଥିପାଇଁ ଆବଶ୍ୟକ ବାଲାଟ ବାକ୍ସ ସଂଗ୍ରହ କରାଯାଉଛି । ଏହି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହା ସୁଚନା ଦିଆଯାଇଛି ।
ତେବେ ଯାହା ସୁଚନା ମିଳୁଛି ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଏହି ତାରିଖ ଘୋଷଣା ହୋଇପାରେ । ଏଥର ବ୍ଲକ୍ରେ ଭୋଟ୍ ଗଣତି ହେବ। ଯେତେ ୱାର୍ଡ଼ ରହିଛି ସେତିକି ବାଲାଟ୍ ବକ୍ସର ଆବଶ୍ୟକତା ପଡ଼ିବ। ତେଣୁ ଏହାକୁ କିପରି ସୁରୁଖୁରୁରେ ଶେଷ କରାଯିବ ତାହା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ୨୦୧୭ରେ ଯେପରି ୫ ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିଲା ଏଥିର ମଧ୍ୟ ୫ ଟି ପର୍ୟ୍ୟାୟରେ ନିର୍ବାଚନ ହେବ । ତେଣୁ ପ୍ରସ୍ତୁତି ଚୁଡ଼ାକ୍ତ ପରେ ତାରିଖ ଘୋଷଣା ହେବ । ଆସନ୍ତା ବର୍ଷ ମାର୍ଚ୍ଚ ୧୧ରେ ପଞ୍ଚାୟତ ସମିତିସ୍ତରୀୟ ନିର୍ବାଚିତ ପ୍ରତିନିଧିଙ୍କର ଏବଂ ମାର୍ଚ୍ଚ ୧୨ରେ ଜିଲ୍ଲା ପରିଷଦ ସଦସ୍ୟମାନଙ୍କର କାର୍ୟ୍ୟକାଳ ଶେଷ ହେବ । ଏହା ପୂର୍ବରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।




admin 