ଏହି ଦିନଠୁ ମାଟ୍ରିକ୍‌ ସମେଟିଭ୍‌-୧ ଖାତା ଦେଖା

ଏହି ଦିନଠୁ ମାଟ୍ରିକ୍‌ ସମେଟିଭ୍‌-୧ ଖାତା ଦେଖା

ଏହି ଦିନଠୁ ମାଟ୍ରିକ୍‌ ସମେଟିଭ୍‌-୧ ଖାତା ଦେଖା

କଟକ: ମାଟ୍ରିକ୍‌ ସମେଟିଭ୍‌ ଆସେସ୍‌ମେଣ୍ଟ୍‌ (ଏସ୍‌ଏ)-୧ ପରୀକ୍ଷା ଖାତା ଦେଖା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଖୋଲିଥିବା ମୋଟ୍‌ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତାଦେଖା ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି ।
ମାଟ୍ରିକ ପରୀକ୍ଷା ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଜାରି ରହିଥିବାବେଳେ ଖାତା ମୂଲ୍ୟାୟନ ପାଇଁ କିନ୍ତୁ ନୋଡାଲ୍‌ ସେଣ୍ଟରରୁ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଏବଂ ଓଏମ୍‌ଆର ଉତ୍ତର ସିଟ୍‌ ସଂଗ୍ରହ ଆରମ୍ଭ ହୋଇଛି । ବୋର୍ଡର କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ରବିବାରଠୁ ରାଜ୍ୟର ୩୧୬ଟି ନୋଡାଲ୍‌ ସେଣ୍ଟରରେ ପହଞ୍ଚି ଖାତା ସଂଗ୍ରହ କରୁଛନ୍ତି । ଖାତାଦେଖାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପ୍ରତି କେନ୍ଦ୍ରରେ ବ୍ୟାପକ ସିସିଟିଭି କ୍ୟାମେରା ଲଗା ଯିବା ସହ ୨୪ ଘଣ୍ଟିଆ ପୁଲିସ୍‌ ମୁତୟନ କରାଯିବ ।


ସୂଚନାଯୋଗ୍ୟ, ରାଜ୍ୟରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩ ହଜାର ୨୯ଟି ସେଣ୍ଟରରେ ମାଟ୍ରିକ ଏସ୍‌ଏ-୧ ପରୀକ୍ଷା ଦେଉଛନ୍ତି । ମାଟ୍ରିକ ସହ ଏକାସମୟରେ ଆରମ୍ଭ ହୋଇଥିବା ମଧ୍ୟମା ଓ ଷ୍ଟେଟ୍‌ ଓପନ ସ୍କୁଲ୍‌ ପରୀକ୍ଷା(ଏସ୍‌ଓଏସସି) ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମଧ୍ୟ ନୋଡାଲ୍‌ ସେଣ୍ଟରରୁ ସଂଗ୍ରହ କରାଯାଇ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଉଛି ।