ଏହି କାରଣ ପାଇଁ ବଢ଼ୁଛି ଶିଶୁମୃତ୍ୟୁ ସଂଖ୍ୟା
ଏହି କାରଣ ପାଇଁ ବଢ଼ୁଛି ଶିଶୁମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ଜଳ ବାୟୁ ପରିବର୍ତ୍ତନ ଯୋଗୁ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହାର ପ୍ରଭାବ ପଡିବ । ବିନା ମୌସୁମୀରେ ବର୍ଷା, ଦୁର୍ବିକ୍ଷ,ଅଧିକ ଗରମ ଆଦି ସମସ୍ୟା ବୃଦ୍ଧି ପାଇବ । ଏହା ମାନବ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ । ଗତ ଦୁଇ ଦଶନ୍ଧୀ ଧରି ଜଳବାୟୁରେ ହେଉଥିବା ପରିବର୍ତ୍ତନ ଯୋଗୁ ମେଲେରିଆ, ଡେଙ୍ଗୁ, ଜର ଓ ଡାଇରିଆ ଭଳି ରୋଗ ବଢ଼ିବାରେ ଲାଗିଛି । ଏହାଛଡ଼ା ଅଂଶୁଘାତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ର ୨୦୨୩ ରିପୋର୍ଟ ଅନୁଯାୟୀ ଆଗାମୀ ୫/୭ ବର୍ଷ ପରେ ବିଶ୍ୱରେ ଅତିରିକ୍ତ ମୃତ୍ୟୁ ସଂଖ୍ୟା ପ୍ରତିବର୍ଷ ପ୍ରାୟ ଅଢ଼େଇ ଲକ୍ଷ (୨.୫ ଲକ୍ଷ) ବଢ଼ିଯିବ । ରୋଗ ହିଁ ଏହାର କାରଣ ବୋଲି ଡବ୍ଲ୍ୟୁଏଚଓ କହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ଶିଶୁମାନେ ହିଁ ହେବେ । ଏବେ ଏଥିପାଇଁ ୫୦ କୋଟି ଶିଶୁ ପ୍ରଭାବିତ ହେଉଛନ୍ତି । ଆଗକୁ ଶିଶୁଙ୍କ ବିକାଶ ଅଧିକ ପ୍ରଭାବିତ ହେବ ।
ମେଲେରିୟା-ଡେଙ୍ଗୁ ସହ ଗର୍ଭପାତ ମଧ୍ୟ ବଢ଼ିବ
ଭୋପାଳ ଏମ୍ସର ଡାଇରେକ୍ଟର ଡା. ଅଜୟ ସିଂହ କହିଛନ୍ତି, ଡେଙ୍ଗୁ ଭଳି ରୋଗ ପୁଣି ବଢ଼ିବ । ଭାଇରାଲ ଫେବର ଓ ମହିଳାଙ୍କ ଗର୍ଭଧାରଣ ରୋଗୀଙ୍କ ସଂଖ୍ୟା ମଧ୍ୟ ଅଧିକ ବୃଦ୍ଧି ପାଇବ । ଏହାଛଡ଼ା ଭାରତରେ ଉତ୍ତାପ ମଧ୍ୟ ଆଗାମୀ ୧୫/୧୭ ବର୍ଷରେ ୩ ଡିଗ୍ରୀ ସେଲସିୟସ ବଢ଼ିଯିବ ବୋଲି UNDP ରିପୋର୍ଟରୁ ଜଣାଯାଇଛି ।
କୁପୋଷଣ,ରୋଗରେ ୨.୫ ଲକ୍ଷ ମୃତ୍ୟୁ
ଜଳବାୟୁ ପରିବର୍ତ୍ତନ ଯୋଗୁ କୁପୋଷଣ, ମେଲେରିୟା,ଡାଇରିୟା ଓ ଗରମ ଯୋଗୁ ପ୍ରତିବର୍ଷ ୨.୫ ଲକ୍ଷ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିବେ । ଭାରତରେ ଆଗାମୀ ବର୍ଷରେ ମେଲେରିୟା ମାମଲା ମଧ୍ୟ ବଢ଼ିବ । ଡାଇରିୟା ପ୍ରଭାବ ମଧ୍ୟ ୮ ପ୍ରତିଶତ ବଢ଼ିବ ।
ସବୁଠୁ ଅଧିକ ପ୍ରଭାବ ପଡିବ ଶିଶୁଙ୍କ ବିକାଶରେ
ଜଳବାୟୁ ପରିବର୍ତ୍ତନ ଯୋଗୁ ସବୁଠୁ ଅଧିକ ପ୍ରଭାବିତ ଶିଶୁମାନେ ହିଁ ହେବେ । ଏବେ ଏଥିପାଇଁ ୫୦ କୋଟି ଶିଶୁ ପ୍ରଭାବିତ ହେଉଛନ୍ତି । ଆଗକୁ ଶିଶୁଙ୍କ ବିକାଶ ଅଧିକ ପ୍ରଭାବିତ ହେବ । ଶିଶୁମାନେ ଗରମ ପବନକୁ ଅଧିକ ସାମନା କରିବେ । ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ଓ ବିକାଶ ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପକାଇବ ।
ମହିଳାଙ୍କ ଗର୍ଭ ଧାରଣ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ । ଗର୍ଭପାତ ଭଳି ମାମଲା ବଢ଼ିବାର ଆଶଙ୍କା ସୃଷ୍ଟି ହେବ ବୋଲି ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ଏକ ରିପୋର୍ଟରେ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ ଜଳବାୟୁ ପରିବର୍ତ୍ତନ ଯୋଗୁ ଲିଂଗଗତ ହିଂସା ମଧ୍ୟ ବଢ଼ିବ । ଏଥିସହିତ ବାଲ୍ୟ ବିବାହ ମାମଲା ବଢ଼ିବା ସହ ମୃତୁ ଶିଶୁଙ୍କ ମାମଲା ମଧ୍ୟ ବଢ଼ିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।




admin 