ଏମିତି ବି ମୃତୁ୍ୟ ଆସେ, ବନ୍ୟା ଯୋଗୁ ଘରକୁ ଫେରୁଥିଲେ.. ଅଧାବାଟରେ ବସ ସହ ଜଳିଗଲେ ୧୭ଜଣ

ଏମିତି ବି ମୃତୁ୍ୟ ଆସେ, ବନ୍ୟା ଯୋଗୁ ଘରକୁ ଫେରୁଥିଲେ.. ଅଧାବାଟରେ ବସ ସହ ଜଳିଗଲେ ୧୭ଜଣ

ଏମିତି ବି ମୃତୁ୍ୟ ଆସେ, ବନ୍ୟା ଯୋଗୁ ଘରକୁ ଫେରୁଥିଲେ.. ଅଧାବାଟରେ ବସ ସହ ଜଳିଗଲେ ୧୭ଜଣ

ଇସଲାମବାଦ: ମୃତୁ୍ୟ କାହାକୁ କେତେବେଳେ ଅନେକ୍ଷା କରିଥାଏ, ତାହା କହିହେବ ନାହିଁ । ମୃତୁ୍ୟ ଦେଖେନି ସମୟ, ବୟସ, ଆବେଗ । ବସ ସହ ୧୭ଜଣ ଜୀବନ୍ତ ଜଳି ଯାଇଛନ୍ତି । ଏଭଳି ଅଭାବନୀୟ ଗଟଣା ଦେଖିବାକୁ ମିଳିଛି ପାକିସ୍ତାର ସିନ୍ଧ ଜିଲ୍ଲାର ନୁରିଆବାଦ ସହରରେ । 

ସୂଚନା ଅନୁସାରେ ବନ୍ୟା ଯୋଗୁ ପାକିସ୍ତାନର ବିଭିନ୍ନ ଅଂଚଳରେ ପରିସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳୀରେ ରଖାଯାଉଛି। ବନ୍ୟା ପରିସ୍ଥିତିରେ ସୁଧାର ଆସିବା ପରେ  କରାଚିସ୍ଥିତ ଏକ ଆଶ୍ରୟସ୍ଥଳୀରୁ ପ୍ରାୟ  ୫୦ରୁ ଅଧିକ ବନ୍ୟା ପ୍ରପୀଡିତ ଏକ ସରକାରୀ ବସ୍ ଯୋଗେ ଖୈରପୁର ନାଥନଶାହ ଅଭିମୁଖେ ଫେରୁଥିଲେ  । ଦ୍ରୁତ ଗତିରେ ଯାଉଥିବା ବସ୍ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଥିବା ବେଳେ ୧୭ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ସେମାନଙ୍କ ମଧ୍ୟରେ ୮ ଛୋଟ ଛୁଆ ଥିବା ଜଣାଯାଇଛି ।

ବସ୍ଟି  କରାଚିଠାରୁ ପ୍ରାୟ ୯୦ କିମି ଯାଇ ସାରିଥିବା ବେଳେ ନୁରିଆବାଦ ସହରରେ ହଠାତ୍ ବସରେ ନିଆଁ ଲାଗି ଯାଇଥିଲା ।  ଘଟଣାସ୍ଥଳରେ ୧୭ ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସ୍ଥାନୀୟ ପୁଲିସ୍ ପକ୍ଷରୁ କୁହାଯାଇଛି । ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।