ଏମିତି କରନ୍ତୁ ସବୁବେଳେ ରହିବେ ଫିଟ୍‌

ଏମିତି କରନ୍ତୁ ସବୁବେଳେ ରହିବେ ଫିଟ୍‌

ଏମିତି କରନ୍ତୁ ସବୁବେଳେ ରହିବେ ଫିଟ୍‌

ଭୁବନେଶ୍ୱର : ସୁସ୍ଥ ଓ ନିରାପଦରେ ରହିବା ପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ । ତାହା ଡାଇଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍‌, ସବୁ କିଛି ଉପାୟ ଆପଣାଉଥାଉ । କିନ୍ତୁ  ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ । ଅନେକ ଲୋକ ବହୁତ ପ୍ରକାରର ଡାଇଟିଂର ଚେଷ୍ଟା କରିଥାନ୍ତି ଓ ଖାଦ୍ୟରେ ଅନେକ ଜିନିଷକୁ ବନ୍ଦ କରିଦେଥାନ୍ତି । ବହୁତ କିଛି ଜିନିଷକୁ ତ୍ୟାଗ କଲା ପରେ ବି ଶରୀରର ଓଜନରେ କରିଛି ପ୍ରଭାବ ପଡନଥାଏ  । ଯେମିତିକା କୁ ସେମିତି  । ହେଲେ ଆମେ ଆପଣଙ୍କୁ କିଛି ସହଜ ଉପାୟ କହୁଛୁ , ଯାହା କି ଆପଣଙ୍କର ବହୁତ ସାହାଯ୍ୟରେ ଆସିବ  ।

ଖାଦ୍ୟରେ ତେଲର ମାତ୍ରା କମ୍‌ କରନ୍ତୁ – ଯଦି ଆପଣ ନିଜର ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତ ପ୍ରଥମେ ଆପଣଙ୍କର ଖାଦ୍ୟରେ ତେଲର ମାତ୍ରାକୁ କମ୍‌ କରନ୍ତୁ । ନିଜକୁ ପତଳା କରିବା ପାଇଁ ଖାଦ୍ୟର ପରିମାଣ କମାଇବା ଆଦୌ ଦରକାର ନାହିଁ । କିନ୍ତୁ ଆପଣଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିବ । ତେଲଯୁକ୍ତ ଖାଦ୍ୟ ମୋଟାପଣର ମୁଖ୍ୟ କାରଣ ।

ସକାଳ ଜଳଖିଆ – ପ୍ରତିଦିନ ଠିକ୍‌ ମସୟରେ ସକାଳ ଜଳଖିଆ ଖାଆନ୍ତୁ  । ନୁହେଁତ ପେଟରେ ଗ୍ୟାସ୍‌ ପରି ସମସ୍ୟା ଆରମ୍ଭ ହୁଏ ।   ଗ୍ୟାସ୍‌ ସମସ୍ୟା ବାହାରିବା ଫଳରେ ଅଧିକ ମୋଟା ହେବାର ସମ୍ଭାବନା ଅଛି । ସର୍ବଦା ପେଟ ଭରି ଖାଆନ୍ତୁ । ସକାଳର ଉତ୍ତମ ଜଳଖିଆରେ ପୁରା  ପୋଷଣ ଶରୀରକୁ ମିଳେ । ଜଳଖିଆ ପାଇଁ ଛତୁଆ ହେଉଛି ସବୁଠୁ ଭଲ ଖାଦ୍ୟ  । ଏହା ଖାଇଲେ ଅଧିକ ସମୟ ଧରି ଭୋକ ଲାଗିନଥାଏ । 

ସମୟ ଅନ୍ତରରେ ଖାଆନ୍ତୁ – ଦିନରେ ୨/୩ଥର ଖାଇବା ବଦଳରେ ଅଳ୍ପ ଅଳ୍ପ ପରିମାଣର ୫/୬ଥର ଖାଆନ୍ତୁ । ଆପଣ ପ୍ରତିଦିନ ଗୋଟାଏ ସମୟରେ ଖାଇବା ରୁଟିନ୍‌ ସ୍ଥିର କରନ୍ତୁ । ଏହା ଦ୍ୱାରା ଖାଉଥିବା ଖାଦ୍ୟ ଠିକ୍‌ରେ ହଜମ ହେବ । ଶରୀରର ସନ୍ତୁଳନ ଠିକ୍‌ ରହିବ । 

ଜଳ ସେବନ -   ଶଯ୍ୟା ତ୍ୟାଗ ଠାରୁ ପୁଣି ଶଯ୍ୟା ଯିବା ଯାଏ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ  । ଜଳ ଶରୀରକୁ ସତେଜ ରଖିବା ସହ ଖାଦ୍ୟକୁ ହଜମ କରିଥାଏ  ।