ଏବେ ଆର୍ଥିକ ସଙ୍କଟରେ ୟେସ୍‌ ବ୍ୟାଙ୍କ

ଏବେ ଆର୍ଥିକ ସଙ୍କଟରେ ୟେସ୍‌ ବ୍ୟାଙ୍କ

ଏବେ ଆର୍ଥିକ ସଙ୍କଟରେ ୟେସ୍‌ ବ୍ୟାଙ୍କ
ୟେସ୍‌ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି। ବ୍ୟାଙ୍କର ଏନପିଏ ପରିମାଣ ଲଗାତାର ବୃଦ୍ଧି ପାଉଥିବାରୁ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଅଗ୍ରସର ହେଉଛି। ବ୍ୟାଙ୍କର ପରିଚାଳନା କଷ୍ଟକର ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜମାକାରୀଙ୍କ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି। କୌଣସି ଜମାକାରୀ ଗୋଟିଏ ମାସରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ବୋଲି ନିୟମ ଲାଗୁ ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ୟେସ୍‌ ବ୍ୟାଙ୍କର ଅନ୍ୟତମ ପ୍ରମୁଖ ଜମାକାରୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ନାମରେ ଏହି ବ୍ୟାଙ୍କରେ ଥିବା ଆକାଉଣ୍ଟରେ ୫୪୫ କୋଟି ଟଙ୍କା ଜମା ରହିଛି। ବର୍ତ୍ତମାନ ବ୍ୟାଙ୍କର ସଙ୍କଟଜନକ ସ୍ଥିତିକୁ ଦୃଷ୍ଟି ଦେଲେ ମହାପ୍ରଭୁଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି। କିଛିଦିନ ତଳେ ସରକାର ଉକ୍ତ ବ୍ୟାଙ୍କରୁ ସମସ୍ତ ଟଙ୍କା ଉଠାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲାଗୁ ହୋଇଛି। ତେବେ ଏକ ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା କିପରି ରଖାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ।