ଏନ୍କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ
ଏନ୍କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ
admin
Oct 18, 2019 - 05:34
Updated: Oct 18, 2019 - 05:34
ପୁରୀ: ଗତକାଲି ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ପିପିଲି-ନିମାପଡ଼ା ତାରକାଜ ଛକ ଓଭରବ୍ରିଜ୍ରେ ପୁଲିସ୍ ଗୁଳିରେ ଭାଗୁ ଆହତ ହୋଇଥିବା ସୂଚନା । ତା’ ବାମ ଗୋଡ଼ରେ ଗୁଳି ବାଜିଛି । ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଭାଗୁ ନାଁରେ ବହୁ ଅପରାଧିକ ମାମଲା ରହିଛି । ତାନିକଟରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ , ଗୁଳି ଓ ବାଇକ୍ ଜବତ ହୋଇଛି।
ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରାୟ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି। ୨୦୦୪ ମସିହାରୁ ତା’ ନାଁରେ ବହୁ ସଙ୍ଗୀନ ମାମଲା ରହିଛି। ଗତକାଲି ରାତିରେ ଭାଗୁ ନିମାପଡ଼ା ପଟୁ ଆସୁଥିବା ଖବର ପାଇ ତାକୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ୍। ତାଳବଣିଆ ଫାଣ୍ଡି ଅଧିକାରୀ, ପିପିଲି ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ପିପିଲି -ନିମାପଡ଼ା ଓଭରବ୍ରିଜକୁ ପ୍ରଥମେ ନାକାବନ୍ଦୀ କରିଦେଇଥିଲେ। ଭାଗୁ ବ୍ରିଜ୍ ଉପରକୁ ଆସିବା ପରେ ପୁଲିସ୍ ତାକୁ ଧରିବାକୁ ଚେଷ୍ଟା କରିଥିଲା। ଏହା ଜାଣିପାରି ଭାଗୁ ପୁଲିସ୍ ଉପରକୁ ଗୁଳି ଚଳାଇବାରୁ ପୁଲିସ୍ ପାଲଟା ଗୁଳି ଚାଳନା କରିଥିଲା। ଯାହାକି ଭାଗୁର ବାମ ଗୋଡ଼ରେ ବାଜିଥିଲା।
ପୁରୀକୁ ଅପରାଧମୁକ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଉଥିବା ଏସ୍ପି ସୂଚନା ଦେଇଛନ୍ତି।