ଏଥର କମିବ ଗ୍ରୀଷ୍ମ ଛୁଟି

ଏଥର କମିବ ଗ୍ରୀଷ୍ମ ଛୁଟି

ଏଥର କମିବ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର: ପ୍ରତିବର୍ଷ ମେ’ ୬ରୁ ଜୁନ୍ ୧୭ ପର୍ୟ୍ୟନ୍ତ ସ୍କୁଲଗୁଡିକରେ ଗ୍ରୀଷ୍ମ ଛୁଟି ହେଉଥିଲା । ମାତ୍ର ଲଗାତାର ଦୁଇବର୍ଷ ହେଲା କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଥିବାରୁ ଗଣଶିକ୍ଷା ବିଭାଗ ପକ୍ଷରୁ ଗ୍ରୀଷ୍ମ ଛୁଟି କମାଇବାକୁ ନିଷ୍ପତ୍ତି ନିଆଯାଇଛି । ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ  ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂତନ ଶିକ୍ଷାବର୍ଷ ସମେତ ନାମଲେଖା, ଗ୍ରୀଷ୍ମ ଛୁଟି, ଦଶମ ଓ ଯୁକ୍ତ୨ ପରୀକ୍ଷା ଆଦି ବିଷୟରେ ବିଶଦ ଆଲୋଚନା ହୋଇଥିଲା ।

ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି କିଛି ବଡ ଧରଣର ନିଷ୍ପତ୍ତି ହୋଇଛି । ଦୁଇବର୍ଷ ଧରି ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହୋଇଛି । ପରୀକ୍ଷା ସମୟରେ ସେମାନଙ୍କ ଦୁର୍ବଳତା ପଦାକୁ ଆସିଛି । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନିର୍ଦ୍ଧିଷ୍ଟ ଶ୍ରେଣୀର ପାଠକୁ ବୁଝି ପାରୁନାହାନ୍ତି । ସେମାନଙ୍କୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ବିଭାଗ ଗୁରୁତ୍ୱାରୋପ କରିଛି । ତେଣୁ ଗ୍ରୀଷ୍ମ ଛୁଟି ସମୟକୁ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ।

ଦେଢ ମାସ ବଦଳରେ ଗ୍ରୀଷ୍ମ ଛୁଟିକୁ ୧୬ ଦିନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଜୁନ୍ ପହିଲାରୁ ୧୬ ତାରିଖ ପର୍ୟ୍ୟନ୍ତ ଗ୍ରୀଷ୍ମ ଛୁଟି କରାଯିବ । ମେ’ ପ୍ରଥମ/ ଦ୍ୱିତୀୟ ସପ୍ତାହରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ପିଲାମାନେ ଉଚ୍ଚଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ସହ ଉକ୍ତ ଶ୍ରେଣୀର ପାଠ ପଢିବେ । ତେଣୁ ପାଠପଢାରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଲାଗି ରିମୋଡିଆଲ୍ କ୍ଲାସ୍ ଜାରି ରହିବ ।