ଏଣିକି ରାତି ୧୦ .୩୦ ଯାଏଁ ମଦ ଦୋକାନ ଖୋଲା

ଏଣିକି ରାତି ୧୦ .୩୦ ଯାଏଁ ମଦ ଦୋକାନ ଖୋଲା

ଏଣିକି ରାତି ୧୦ .୩୦  ଯାଏଁ ମଦ ଦୋକାନ ଖୋଲା
ଭୁବନେଶ୍ୱର: ଏଣିକି ଦିନ ସାଢେ ୧୦ରୁ ରାତି ସାଢେ ୧୦ ଯାଏଁ ମଦ ଦୋକାନ ଖୋଲା ରହିବ । ବିଦେଶୀ, ବିୟର ଓ ଦେଶୀ ମଦ ଦୋକାନ ସାଢେ ୧୦ରୁ ଖୋଲିବ । କେବଳ କଣ୍ଟେନମେଣ୍ଟ ଜୋନ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲିପାରିବ ବୋଲି ଜଣାଯାଇଛି । ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ଏହାକୁ ନେଇ ପୂର୍ବରୁ ମଦ ଦୋକାନ ଖୋଲିବା ନେଇ ସମୟରେ ପରିବର୍ତ୍ତନ କରାଯାଇଥିଲା । ସନ୍ଧ୍ୟା ୫ଟା ସୁଦ୍ଧା ମଦ ଦୋକାନକୁ ବନ୍ଦ କରାଯାଉଥିଲା । ଏବେ କିନ୍ତୁ ସେହି ସମୟରେ ପରିବର୍ତ୍ତନ କରାଯାଇଛି ।