ଏଣିକି ରାତି ଛୋଟ, ଦିନ ବଡ
ଏଣିକି ରାତି ଛୋଟ, ଦିନ ବଡ
ଭୁବନେଶ୍ୱର : ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟ ଉତ୍ତର ଦିଗକୁ ଗତି କରିଥାନ୍ତି । ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିର ଆରମ୍ଭ ଦିନ ହିସାବରେ ଗ୍ରହଣ କରାଯାଏ । ଏହି ଦିନଟି ଋତୁ ପରିବର୍ତ୍ତନକୁ ସୂଚାଏ । ଅର୍ଥାତ ଆଜିଠାରୁ ଶୀତର ସମାପ୍ତି ଓ ସାମାନ୍ୟ ଉଷ୍ମ ଦିନର ଆରମ୍ଭ ହୋଇଯାଏ । ଏଥିସହ ଦିନଗୁଡିକର ଅବଧି ଲମ୍ବା ହୋଇଥାଏ। ଅର୍ଥାତ ଦିନ ବଡ ଓ ରାତି ଛୋଟ ହୋଇଥାଏ । ସୂର୍ଯ୍ୟକିରଣ ତୀର୍ଯକରୁ ଧୀରେଧୀରେ ସିଧା ହେବା ସହ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟର ଉଷ୍ମତା ବୃଦ୍ଧି ପାଏ । ଅନ୍ୟପଟେ ରାଜ୍ୟରେ ଏବେ ଶୀତ କମିଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ପାଖାପାଖି ଅଢେଇ ଡିଗ୍ରିଯାଏ ବୃଦ୍ଧି ପାଇଛି । ସର୍ବନିମ୍ନ ତାପମାତ୍ରା କୋରାପୁଟଠାରେ ୭.୫ଡିଗ୍ରି ରେକର୍ଡ ହୋଇଛି । ସେହିଭଳି ଫୁଲବାଣୀଠାରେ ୧୦ଡିଗ୍ରି, କଟକରେ ୧୭.୨ ଓ ଭୁବନେଶ୍ୱରରେ ୧୭.୨ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦସ୍ତର ଖସିବାର ବିଶେଷ ସମ୍ଭାବନା ନାହିଁ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ଆସନ୍ତାକାଲି ମଧ୍ୟ ରାଜ୍ୟର ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ଏଣୁ ପାଣିପାଗ କେନ୍ଦ୍ର ଏହି ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।




admin 