ଏଣିକି ଯୁକ୍ତ୨ରେ ଶତପ୍ରତିଶତ ସିଲାବସ୍‌ ପାଠପଢ଼ା

ଏଣିକି ଯୁକ୍ତ୨ରେ ଶତପ୍ରତିଶତ ସିଲାବସ୍‌ ପାଠପଢ଼ା

ଭୁବନେଶ୍ୱର: ଶତପ୍ରତିଶତ ସିଲାବସ୍‌କୁ ନେଇ ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ  ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ଶତପ୍ରତିଶତ ସିଲାବସ୍ ପଢ଼ିବେ। ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଏହା ସମ୍ପୂର୍ଣ୍ଣ ଲାଗୁ ହେବ। ତେବେ ୨୦୨୨ରେ ଫେଲ୍ ପିଲା ପୁରୁଣା ସିଲାବସ୍‌ରେ ଆସନ୍ତା ବର୍ଷ ପରୀକ୍ଷା ଦେବେ। ଏଥିସହ ୨୦୨୩ ମସିହା ମାଟ୍ରିକ୍ ପରୀକ୍ଷା ପରେ ଓ ଏହାର ଆଗକୁ ମଧ୍ୟ ପାସ୍ ଛାତ୍ରଛାତ୍ରୀମାନେ ପୂରା ସିଲାବସ୍ ଉପରେ ପାଠପଢ଼ି ପରୀକ୍ଷା ଦେବେ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ  ଜୁଲାଇ ୨୦ ତାରିଖରୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ୟ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ।